ନୂଆଦିଲ୍ଲୀ:ଦିଲ୍ଲୀର ସତ୍ୟନିକେତନ ଏରିଆରେ ଥିବା ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡି ପଡିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । 5 ଜଣ ଶ୍ରମିକ ଫସିରହିଥିବ ବେଳେ 3 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ ।
ଦିଲ୍ଲୀରେ ଭୁଶୁଡିଲା ଅସୁରକ୍ଷିତ କୋଠା: ଫସିଥିବା 5 ଶ୍ରମିକଙ୍କ ମଧ୍ୟରୁ 2 ମୃତ - କୋଠା ଭୁଶିଡି ଫସିଲେ ଶ୍ରମିକ
ଦିଲ୍ଲୀର ସତ୍ୟନିକେତନ ଏରିଆରେ ଅସୁରକ୍ଷିତ ନିର୍ମାଣାଧୀନ କୋଠା । ଫସିଥିବା 5 ଶ୍ରମିକଙ୍କ ମଧ୍ୟରୁ 2 ମୃତ । କିଛି ଦିନ ପୂର୍ବରୁ ଅସୁରକ୍ଷିତ ଘୋଷଣା କରିଥିଲା ଉତ୍ତର ଦିଲ୍ଲୀ ପୌର ନିଗମ । ଅଧିକ ପଢନ୍ତୁ
![ଦିଲ୍ଲୀରେ ଭୁଶୁଡିଲା ଅସୁରକ୍ଷିତ କୋଠା: ଫସିଥିବା 5 ଶ୍ରମିକଙ୍କ ମଧ୍ୟରୁ 2 ମୃତ ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା: ଫସିଥିବା 2 ଶ୍ରମିକ ମୃତ](https://etvbharatimages.akamaized.net/etvbharat/prod-images/768-512-15111941-thumbnail-3x2-new.jpg)
ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା: ଫସିଥିବା 2 ଶ୍ରମିକ ମୃତ
ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ସମେତ ମୋଟ 6 ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଆରମ୍ଭ କରିଥିଲେ । କିଛି ଦିନ ପୂର୍ବରୁ ଏହି ବହୁତଳ ଅଟ୍ଟାଳିକାକୁ ଅସୁରକ୍ଷିତ ଘୋଷଣା କରିଥିଲା ସ୍ଥାନୀୟ ପୌର ପ୍ରଶାସନ । ତେବେ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Apr 25, 2022, 10:50 PM IST