ଓଡିଶା

odisha

ETV Bharat / bharat

Child Marriage: 14 ବର୍ଷୀୟ ଝିଅକୁ ବିବାହ କରି 45 ବର୍ଷୀୟ ବ୍ୟକ୍ତି ଗିରଫ - ବାଲ୍ୟ ବିବାହ ମାମଲା

ଟଙ୍କା ପ୍ରଲୋଭନ ଦେଖାଇ 14 ବର୍ଷୀୟ ଝିଅକୁ ବିବାହ କରି 45 ବର୍ଷୀୟ ବ୍ୟକ୍ତି ଗିରଫ । କର୍ଣ୍ଣାଟକ ଚିକ୍କାବେଟ୍ଟାହଲିରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

Uncles Married Minors TWO Separate cases took Place in Karnataka
Child Marriage: 14 ବର୍ଷୀୟ ଝିଅକୁ ବିବାହ କରି 45 ବର୍ଷୀୟ ବ୍ୟକ୍ତି ଗିରଫ

By

Published : Sep 11, 2022, 1:37 PM IST

ବେଙ୍ଗାଲୁରୁ: ଟଙ୍କା ଲୋଭ ଦେଖାଇ ନାବାଳିକାକୁ ବିବାହ କରିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ । କର୍ଣ୍ଣାଟକ ଚିକ୍କାବେଟ୍ଟାହଲିରେ ରହୁଥିବା 45 ବର୍ଷୀୟ ଗୁରୁପ୍ରସାଦ ଜଣେ 14 ବର୍ଷୀୟ ନାବାଳିକାଙ୍କୁ ବିବାହ କରିଥିଲେ । ବ୍ୟକ୍ତି ଜଣଙ୍କ ଜେସିବି ଗାଡ଼ିର ମାଲିକ ହୋଇଥିବା ଜଣାପଡ଼ିଛି । ପାରିବାରିକ କଳହରୁ 20 ବର୍ଷ ପୂର୍ବେ ପତ୍ନୀ ଠାରୁ ଅଲଗା ହୋଇଥିଲେ । ତାଙ୍କର 17 ବର୍ଷର ଏକ ପୁଅ ମଧ୍ୟ ରହିଛି ।

ନାବାଳିକାର ପରିବାର ମଧ୍ୟ ଉକ୍ତ ଅଞ୍ଚଳରେ ରହୁଥିଲେ । ତାଙ୍କର ତିନୋଟି ଝିଅ ଥିବାବେଳେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା । ଅସହାୟତାର ଫାଇଦା ଉଠାଇ 14 ବର୍ଷିୟ ଝିଅକୁ ବିବାହ କରିବା ପାଇଁ ପିତାମାତାଙ୍କୁ ପ୍ରସ୍ତାବ ଦେଇଥିଲେ ଗୁରୁପ୍ରସାଦ । ଆର୍ଥିକ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରିବାର ଲୋକେ ପ୍ରଥମେ ରାଜି ହୋଇନଥିଲେ, ହେଲେ ପରେ ତାଙ୍କ କଥାରେ ବିଶ୍ବାସ କରି ବିବାହ ପାଇଁ ସହମତି ପ୍ରକାଶ କଲେ। ଗଚ 7 ତାରିଖରେ ନାବାଳିକାକୁ ବଳପୂର୍ବକ ଏକ ମନ୍ଦିରରେ ବିବାହ କରୁଥିଲେ ଗୁରୁପ୍ରସାଦ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁପ୍ରସାଦଙ୍କୁ ଗିରଫ କରିଥିଲା । ଏଥିସହ ବିବାହରେ ସହଯୋଗ କରିଥିବା ଯୋଗୁଁ ନାବାଳିକା ପିତାମାତା ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହା ମଧ୍ୟ ପଢ଼ନ୍ତୁ:୧୧ ବର୍ଷର ଝିଅକୁ ୨୧ ବର୍ଷର ପୁଅ ସହ ବିବାହ କରାଇ ୪ ଗିରଫ

ଅନ୍ୟପଟେ କରୱାରାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ 52 ବର୍ଷୀୟ ବୟସ୍କ ବ୍ୟକ୍ତି 16 ବର୍ଷୀୟ ନାବାଳିକାକୁ ବିବାହ କରି ଗିରଫ ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋକ୍ସୋ କୋର୍ଟରେ ବାଲ୍ୟ ବିବାହ ମାମଲା ରୁଜୁ ହେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି । ଗିରଫ ବ୍ୟକ୍ତି ଜଣକ କରୱାରା ଅଞ୍ଚଳର ଅନିଲ ହେଇଥିବାବେଳେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ।

ଗତ ଜୁଲାଇ 19 ତାରିଖରେ ସହରର ଏକ ମନ୍ଦିରରେ ଜଣେ 16 ବର୍ଷୀୟ ନାବାଳିକାକୁ ବିବାହ କରିଥିଲେ । ମୋଟାପଣ ଯୋଗୁଁ ବୟସ ନେଇ କେହି ସନ୍ଦେହ କରିନଥିଲେ । ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ସୂଚନା ଅନୁଯାୟୀ, ବିବାହିତା ନାବାଳିକା ହୋଇଥିବା ଜଣାପଡ଼ିବା ପରେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ପୋକ୍ସୋ କୋର୍ଟରେ ମାମଲା ରୁଜୁ କରିଥିଲେ । ଉଭୟ ପରିବାର ବିରୋଧରେ ଏତଲା ଦାୟର ହୋଇଥିଲା । ବିବାହରେ ସମ୍ପୃକ୍ତ ସମ୍ପର୍କୀୟଙ୍କ ସମେତ 60 ଜଣଙ୍କୁ ନୋଟିସ ଜାରି ହୋଇଛି । ବର୍ତ୍ତମାନ ନାବାଳିକାକୁ ଉଦ୍ଧାର କରି ସାନ୍ତ୍ବନା କେନ୍ଦ୍ରରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details