ଓଡିଶା

odisha

By

Published : Apr 25, 2022, 8:43 AM IST

ETV Bharat / bharat

ସମ୍ପତ୍ତି ପାଇଁ ବିଚ୍‌ ରାସ୍ତାରେ ପୁତୁରାକୁ ହତ୍ୟା କଲା ଦାଦା, CCTVରେ କଏଦ ହେଲା ଦୃଶ୍ୟ

ସମ୍ପତ୍ତି ପାଇଁ ରାସ୍ତାରେ ଗଡିଲା ମୁଣ୍ତ । ଜନଗହଳି ପୂର୍ଣ୍ଣ ରାସ୍ତାରେ ପୁତୁରାକୁ ଛୁରାମାଡ କଲା ଦାଦା । ଉତ୍ତର ପ୍ରଦେଶ ମିରଟରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ହତ୍ୟାକାଣ୍ତ । ଅଧିକ ପଢନ୍ତୁ

ସମ୍ପତ୍ତି ପାଇଁ ଭଣଜାକୁ ହତ୍ୟା କଲା ମାମୁ; CCTV ରେ କଏଦ ହେଲା ପୁରା ଘଟଣା
ସମ୍ପତ୍ତି ପାଇଁ ଭଣଜାକୁ ହତ୍ୟା କଲା ମାମୁ; CCTV ରେ କଏଦ ହେଲା ପୁରା ଘଟଣା

ଲକ୍ଷ୍ନୌ:ସମ୍ପତ୍ତି ପାଇଁ ପୁତୁରାକୁ ହତ୍ୟା କଲା ଦାଦା । ଜନଗହଳି ପୂର୍ଣ୍ଣ ରାସ୍ତାରେ କଲା ଛୁରାମାଡ । ଉତ୍ତର ପ୍ରଦେଶ ମିରଟରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ହତ୍ୟାକାଣ୍ତ । ହତ୍ୟା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ମୃତକ ହେଉଛନ୍ତି ମିରଟର ବାସିନ୍ଦା ସାଜିଦ୍ ।

ସମ୍ପତ୍ତି ପାଇଁ ବିଚ୍‌ ରାସ୍ତାରେ ପୁତୁରାକୁ ହତ୍ୟା କଲା ଦାଦା

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ମିରଟ ଅଞ୍ଚଳ ଫିରୋଜନଗରରେ ରୁହନ୍ତି ମହମ୍ମଦ ୟୁନୁସଙ୍କ ପରିବାର । ସ୍ତ୍ରୀ, ପାଞ୍ଚ ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର । ସମ୍ପତ୍ତିକୁ ନେଇ ମହମ୍ମଦ ୟୁନୁସଙ୍କ ପରିବାର ସହିତ ଦୀର୍ଘ ଦିନ ଧରି ସାଜିଦଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ହେଲେ ରବିବାର ଅପରାହ୍ନରେ ସାଜିଦ ଦୋନାକ ବନ୍ଦ କରି ନମାଜ ପାଠ କରି ମସଜିଦରୁ ଫେରୁଥିଲେ । ଏହି ସମୟର ଏକ ସ୍କୁର୍ଟିରେ ତିନି ଦୁର୍ବୃତ୍ତ ଆସି ତାଙ୍କୁ ଛୁରାରେ ଆକ୍ରମଣ କରିଥିଲେ । ଜନଗହଳି ପୂର୍ଣ୍ଣ ରାସ୍ତାରେ ସାଜିଦଙ୍କୁ ଲଗାତାର ଛୁରାମାଡ ହେଉଥିଲେ ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ କେହି ଆସି ନଥିଲେ । ପରେ ସେଠାରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାଣ୍ଡର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଯେଉଁଥିରେ ତିନି ଜଣଙ୍କର ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ହତ୍ୟାକାରୀଙ୍କ ମଧ୍ୟରୁ ସାଜିଦଙ୍କ ଦାଦା ଶାହଜାଦ୍, ଜାଭେଦ୍ ଓ ନୈସଦ୍ ରହିଛନ୍ତି । ତିନି ଜଣଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ସିଟି ଏସପି SP City (Vineet Bhatnagar) କହିଛନ୍ତି ଯେ, ସମ୍ପତ୍ତି ପାଇଁ ଏ ହତ୍ୟାକାଣ୍ତ ଘଟିଛି । ଖୁବଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details