ଓଡିଶା

odisha

ETV Bharat / bharat

ବିପର୍ଯ୍ୟୟ ପରିଚାଳନା: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲା ଜାତିସଂଘ - ଜାତିସଂଘ

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ପ୍ରଶଂସା କରିଛି । ଅଧିକ ପଢନ୍ତୁ...

ବିପର୍ଯ୍ୟୟ ପରିଚାଳନା: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲା ଜାତିସଂଘ
ବିପର୍ଯ୍ୟୟ ପରିଚାଳନା: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲା ଜାତିସଂଘ

By

Published : May 30, 2021, 11:12 AM IST

Updated : May 30, 2021, 11:23 AM IST

ନୂଆଦିଲ୍ଲୀ: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଇଁ ଜାତିସଂଘ ପ୍ରଶଂସା କରିଛି । ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି ପାଇଁ ଅନେକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ରାଜ୍ୟ ସରକାର ସଫଳତା ପାଇଥିବାରୁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିବା ସୂଚନା ମିଳିଛି ।

ଜାତିସଂଘର କାର୍ଯ୍ୟାଳୟର ବିପର୍ଯ୍ୟୟ ବିପଦ ହ୍ରାସ(UNDRR)ର ମୁଖ୍ୟ ମାମି ମିଜୁତୋରି ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ସରକାରଙ୍କ ପୂର୍ବ ପ୍ରସ୍ତୁତି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ବିପର୍ଯ୍ୟୟ ପୂର୍ବରୁ ଓଡିଶା କରିଥିବା ପୂର୍ବ ପ୍ରସ୍ତୁତିକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ରାଜ୍ୟ ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସାମନା କରୁଥିବାରୁ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ ଉତ୍ତମ ଅଭିଜ୍ଞତା ହୋଇଛି । ଏଥିଲାଗି ସରକାର ବିପର୍ଯ୍ୟୟ ପରିଚାଳନାରେ ସଫଳତା ହାସଲ କରିପାରିଛନ୍ତି ।

ଓଡିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଏଭଳି ବିପର୍ଯ୍ୟୟର ମୁକାବିଲା କରିବା ଲାଗି ଉତ୍ତମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ କରିଛି । ତେବେ 1999 ମସିହାରେ ରାଜ୍ୟରେ ହୋଇଥିବା ମହାବାତ୍ୟାରେ ପ୍ରାୟ 10 ହଜାରରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବା ବେଳେ ସେହି ଦିନଠାରୁ ରାଜ୍ୟରେ ଏହାର ପୁନରାବୃତ୍ତି ହୋଇନାହିଁ ବୋଲି UNDRRର ମୁଖ୍ୟ କହିଛନ୍ତି ।

ତେବେ 2013 ମସିହାରେ ରାଜ୍ୟରେ ଆସିଥିବା ଭୀଷଣ ବାତ୍ୟା 'ଫାଇଲିନ' ମଧ୍ୟ ମୁକାବିଲା କରିଥିବା ଓଡିଶା । ଏହି ସମୟରେ ମଧ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁଁ ରାଜ୍ୟରେ ବିଶେଷ କ୍ଷୟକ୍ଷତି ହୋଇନଥିଲା । ତେବେ ଗତ କିଛି ଦିନ ପୂର୍ବରୁ ପୁଣି ରାଜ୍ୟକୁ ପୁଣି ମାଡିଆସିଥିଲା ଭୟଙ୍କର ବାତ୍ୟା ୟସ୍‌ । ଏହି ବାତ୍ୟା ଓଡିଶା ଉପକୂଳ ଛୁଇଁବା ପୂର୍ବରୁ ସରକାର ପ୍ରାୟ ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳରୁ 7 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ।

Last Updated : May 30, 2021, 11:23 AM IST

ABOUT THE AUTHOR

...view details