ଓଡିଶା

odisha

ETV Bharat / bharat

ଜେଲ୍‌ରୁ ଭିଡିଓ ଜାରି କଲା ଅବଦୁଲ ରେହମାନ ମକ୍କି, ଅଲ-କାଏଦା ସହ ଲିଙ୍କ୍‌କୁ ଖଣ୍ଡନ କଲା

ବିଶ୍ବ ଆତଙ୍କବାଦୀ ଘୋଷଣା ପରେ ପାକିସ୍ତାନ ଜେଲ୍‌ରୁ ଭିଡିଓ ଜାରି କଲା ଅବଦୁଲ ରେହମାନ ମକ୍କି । ଅଲ-କାଏଦା ସହ ନିଜର ଲିଙ୍କ୍‌କୁ ଅସ୍ବୀକାର କଲା । ଅଧିକ ପଢନ୍ତୁ

ଜେଲ୍‌ରୁ ଭିଡିଓ ଜାରି କଲା ଅବଦୁଲ ରେହମାନ ମକ୍କି
ଜେଲ୍‌ରୁ ଭିଡିଓ ଜାରି କଲା ଅବଦୁଲ ରେହମାନ ମକ୍କି

By

Published : Jan 20, 2023, 11:10 AM IST

Updated : Jan 20, 2023, 12:02 PM IST

ଇସଲାମବାଦ:ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଅବଦୁଲ ରେହମାନ ମକ୍କିକୁ ବିଶ୍ବ ଆତଙ୍କବାଦୀ ତାଲିକାଭୁକ୍ତ କରିଛି । ଜାତିସଂଘର ଘୋଷଣା ପରେ ପାକିସ୍ତାନର ଲାହୋର ସ୍ଥିତ କୋଟ ଲାଖପତ୍ ଜେଲରୁ ଅବଦୁଲ ରେହମାନ ଗୁରୁବାର ଦିନ ଏକ ଭିଡିଓ ଜାରି କରିଛି । ଏଥିରେ ସେ ଅଲ-କାଏଦା ବା ଇସଲାମିକ ଷ୍ଟେଟ ସହ ନିଜର ସମ୍ପୃକ୍ତିକୁ ଖଣ୍ଡନ କରିଛି ।

ଏହି ଭିଡିଓରେ ମକ୍କି କହିଛି, ''ଭାରତ ସରକାର ଦ୍ବାରା ପ୍ରଦାନ କରାଯାଇଥିବା ବିଭ୍ରାନ୍ତିକର ସୂଚନା ଆଧାରରେ ମୋତେ ବିଶ୍ବ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଥିବା ମୁଁ ଭାବୁଛି । ମୁଁ କେବେ ହେଲେ ଓସାମା ବିନ୍ ଲାଡେନ, ଅୟିମାନ ଅଲ ଜୱାହିରି ଅଥବା ଅବଦୁଲ୍ଲା ଆଜାମକୁ ଭେଟିନି । ଏପରିକି ଅଲ-କାଏଦା ସଂଗଠନ ଦ୍ବାରା କରାଯାଇଥିବା ସମସ୍ତ ଆତଙ୍କବାଦ ଓ ହିଂସାକୁ ମୁଁ ନିନ୍ଦା କରେ । ଏହି ସଂଗଠନର ବିଚାରଧାରା ଓ କାର୍ଯ୍ୟ ପ୍ରଣାଳୀ ଠାରୁ ମୋ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଅବଦୁଲ ରେହମାନ କହିଛି ।

ଏହାସହିତ ତା' ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପର୍କରେ କହିବାକୁ ଉଚିତ୍ ଅବସର ଦିଆନଯାଇ ଏବଂ ତାଙ୍କ କଥା ନଶୁଣି ଜାତିସଂଘ ବିଶ୍ବ ଆତଙ୍କବାଦୀ ତାଲିକା ଘୋଷଣା କରିବା ନିଷ୍ପତ୍ତି ଉପରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହେଲେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍ ଉଦ୍ ଦୱା (JuD) ହଫିଜ ସୟିଦର ଭିଣୋଇ ମକ୍କି ଏହି ଭିଡିଓରେ ୨୬/୧୧ ଆକ୍ରମଣ ସମ୍ପର୍କରେ କିଛି କହିନାହିଁ, ଯେଉଁଥିରେ ୧୬୬ ଲୋକଙ୍କ ଜୀବନ ଯାଇଥିଲା । କହିରଖୁଛୁ କି, ଆତଙ୍କବାଦକୁ ପାଣ୍ଠି ଯୋଗାଇବା ମାମଲାରେ ୨୦୧୯ ମସିହାରୁ ମକ୍କି ସୟିଦ, ଲସ୍କର ଏ ତୋଏବା ଓ JuDର କିଛି ବରିଷ୍ଠ ନେତାମାନଙ୍କ ସହ ଜେଲ୍‌ରେ ଅଛି ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନର ଅବଦୁଲ ରେହମାନକୁ ବିଶ୍ବ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ

ଭାରତ ଓ ଅନ୍ୟ କିଛି ସହଯୋଗୀ ରାଷ୍ଟ୍ରର ବହୁ ବର୍ଷର ପ୍ରଚେଷ୍ଟା ପରେ ସୋମବାର ଦିନ ଜାତିସଂଘ ସୁରକ୍ଷା ପରିଷଦ ୬୮ ବର୍ଷୀୟ ଅବଦୁଲ ରେହମାନ ମକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିଥିଲା । ପାଣ୍ଠି ସଂଗ୍ରହ କରିବା, ଯୁବକମାନଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବାକୁ କଠୋରପନ୍ଥି ନୀତି ଆପଣାଇବାରେ ତା'ର ପ୍ରମୁଖ ଭୂମିକା ରହିଛି । ଭାରତରେ ବିଶେଷ କରି ଜାମ୍ମୁ କାଶ୍ମୀରରେ ଆକ୍ରମଣ ଯୋଜନା କରିବାରେ ଜଡିତ ରହିଛି ମକ୍କି । ଏହା ଜଣାପଡିବା ପରେ ତା' ନାମ ଅତଙ୍କବାଦୀ ତାଲିକାରେ ଯୋଡା ଯାଇଥିଲା ।

Last Updated : Jan 20, 2023, 12:02 PM IST

ABOUT THE AUTHOR

...view details