ଓଡିଶା

odisha

By

Published : Apr 29, 2022, 7:52 AM IST

ETV Bharat / bharat

ମୂଷା ଯୋଗୁଁ ଗଛରେ ପିଟି ହେଲା କାର, ଜଣେ ମୃତ ୩ ଆହତ

ମଧ୍ୟପ୍ରଦେଶର ଉମରିଆରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର ଜଣେ ମୃତ, ୩ ଆହତ । ଏକ ମୂଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା । ଅଧିକ ପଢନ୍ତୁ

ମୂଷା ଯୋଗୁଁ ଗଛରେ ପିଟି ହେଲା କାର, ଜଣେ ମୃତ ୩ ଆହତ
ମୂଷା ଯୋଗୁଁ ଗଛରେ ପିଟି ହେଲା କାର, ଜଣେ ମୃତ ୩ ଆହତ

ଭୋପାଳ: ମୂଷା ଘଟାଇଲା ଭୟଙ୍କର ସଡକ ଦୁର୍ଘଟଣା, ଓଲଟି ପଡିଲା କାର ଚାଲିଗଲା ଶିଶୁର ଜୀବନ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଉମରିଆରେ । ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏକ ମୂଷା କାରଣରୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତକାଲି କାର ମାଲିକ, ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ନେଇ ଚାନ୍ଦିଆରୁ ମନେନ୍ଦ୍ରଗଡକୁ ଯାଉଥିଲେ । ଏହି ସମୟରେ କାରର ବେଗ ଅଧିକ ଥିବା ବେଳେ ଭିତରେ ଲୁଚି ରହିଥିବା ଏକ ମୂଷା ହଠାତ କାରର ସାମ୍ନା କାଚକୁ ଆସିଯାଇଥିଲା । ଏହି ସମୟରେ କାରଚାଳକଙ୍କ ଦୃଷ୍ଟି ମୂଷା ଉପରେ ପଡିବାରୁ ଭାରସାମ୍ୟ ହରାଇ ଗଛରେ କାରଟି ପିଟି ହୋଇ ଓଲଟି ପଡିଥିଲା । ଫଳରେ ୪ଜଣଙ୍କ ମଧ୍ୟରୁ ୨ ବର୍ଷ ଶିଶୁର ମୃତ୍ୟୁହୋଇଥିଲା ଓ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details