ଓଡିଶା

odisha

ETV Bharat / bharat

Ukrainian War: ହ୍ବାଇଟ ହାଉସ ସମ୍ମୁଖରେ ବିଶାଳ ବିକ୍ଷୋଭ

ଆମେରିକା ରାଜଧାନୀ ଓ୍ବାଶିଂଟନର ହ୍ବାଇଟ ହାଉସ ସମ୍ମୁଖରେ ଏକାଠି ହେଲେ ୟୁକ୍ରେନ ଓ ଋଷ ନାଗରିକ । ଆମେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ବୋଲି ନାରାରେ କଲେ ବିକ୍ଷୋଭ । ଅଧିକ ପଢନ୍ତୁ

By

Published : Feb 28, 2022, 8:15 PM IST

Ukrainian War: ହ୍ବାଇଟ ହାଉସ ସମ୍ମୁଖରେ ବିଶାଳ ବିକ୍ଷୋଭ
Ukrainian War: ହ୍ବାଇଟ ହାଉସ ସମ୍ମୁଖରେ ବିଶାଳ ବିକ୍ଷୋଭ

ଓ୍ବାଶିଂଟନ:ୟୁକ୍ରେନରେ ଜାରି ରହିଥିବା ଋଷର ଆକ୍ରମଣ ବିରୋଧରେ ବିଶ୍ବବ୍ୟାପୀ ବିରୋଧ ଦେଖିବାକୁ ମିଳିଲାଣି । ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ହ୍ବାଇଟ ହାଉସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେଠାରେ ଥିବା ପ୍ରବାସୀ ୟୁକ୍ରେନୀୟ ନାଗରିକ । ଯୁଦ୍ଧକୁ ସେମାନେ ବିରୋଧ କରିବା ସହ, ଯୁଦ୍ଧ ନୁହେଁ ଶାନ୍ତି ଚାହାଁନ୍ତି ବୋଲି ନାରା ଦେଇ ଆମେରିକାର ହସ୍ତକ୍ଷେପ ଦାବି କରିଥିବା ଦେଖିବାକୁ ମିଳିଛି ।

ସେହିପରି ଏହି ବିକ୍ଷୋଭରେ ବହୁମାତ୍ରାରେ ପ୍ରବାସୀ ଋଷୀୟ ନାଗରିକମାନେ ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ‘ଆମେ ଋଷୀୟ କିନ୍ତୁ, ଯୁଦ୍ଧକୁ ବିରୋଧ କରିବା ସହ ୟୁକ୍ରେନକୁ ସମର୍ଥନ କରୁଛୁ ’ ବୋଲି ଲେଖାଥିବା ପ୍ଲାକାର୍ଡ ଧରି ସେମାନେ ହ୍ବାଇଟ ହାଉସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆମେରିକା ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ୟୁକ୍ରେନୀୟ ନାଗରିକ ।

ଅନ୍ୟପଟେ ଗୋଟିଏ ପରେ ଗୋଟିଏ ପଶ୍ଚିମ ରାଷ୍ଟ୍ର ମଧ୍ୟ ପୂର୍ବରୁ ୟୁକ୍ରେନକୁ ନୈତିକ ସମର୍ଥନ ଦେଇଥିବା ବେଳେ ଋଷର ଆକ୍ରମଣକୁ ନିନ୍ଦା କରିଆସିଛନ୍ତି । ଏବେ କିଛି ରାଷ୍ଟ୍ର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ମଧ୍ୟ ଆରମ୍ଭ କରିଥିବା ୟୁକ୍ରେନ ରାଷ୍ଟ୍ରପତିଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ଅପରାହ୍ନରୁ ଉଭୟ ଋଷ ଓ ୟୁକ୍ରେନ ମଧ୍ୟରେ ବେଲାରୁଷରେ ଶାନ୍ତି ଆଲୋଚନା ଜାରି ରହିଛି । ଆଲୋଚନାର ନିଷ୍କର୍ସ ଉପରେ ସାରା ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details