ଓଡିଶା

odisha

ETV Bharat / bharat

ୟୁକ୍ରେନକୁ ବଢୁୁଛି ସାମରିକ ସହାୟତା: ୭୦ ଲଢୁଆ ବିମାନ ଦେବେ ପାଲାଣ୍ଡ, ସ୍ଲୋଭାକିଆ ଓ ବୁଲଗେରିଆ - ଋଷ ୟୁକ୍ରେନ ଯୁଦ୍ଧ ଖବର

ୟୁକ୍ରେନକୁ ବଢିବାରେ ଲାଗିଛି ବିଭିନ୍ନ ଦେଶର ସମର୍ଥନ । ୭୦ ଲଢୁଆ ବିମାନ ଦେବେ ପାଲାଣ୍ଡ, ସ୍ଲୋଭାକିଆ ଓ ବୁଲଗେରିଆ । ଜାତିସଙ୍ଘର ତାଗିଦ ସତ୍ତ୍ବେ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ସପକ୍ଷରେ ନାହିଁ ଋଷ । ଆତ୍ମରକ୍ଷା ପାଇଁ ନିର୍ଣ୍ଣାୟକ ଲଢେଇ ଲଢୁଛି ୟୁକ୍ରେନ । ଅଧିକ ପଢନ୍ତୁ

Ukraine war: ୟୁକ୍ରେନକୁ ବଢୁୁଛି ସାମରିକ ସହାୟତା, ୭୦ ଲଢୁଆ ବିମାନ ଦେବେ ପାଲାଣ୍ଡ, ସ୍ଲୋଭାକିଆ ଓ ବୁଲଗେରିଆ
Ukraine war: ୟୁକ୍ରେନକୁ ବଢୁୁଛି ସାମରିକ ସହାୟତା, ୭୦ ଲଢୁଆ ବିମାନ ଦେବେ ପାଲାଣ୍ଡ, ସ୍ଲୋଭାକିଆ ଓ ବୁଲଗେରିଆ

By

Published : Mar 1, 2022, 6:01 PM IST

କିବ:ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଧିରେ ଧିରେ ୟୁକ୍ରେନ ପ୍ରତି ରାଜନୈତିକ ସମର୍ଥନ ଓ ସାମରିକ ସହାୟତା ମଧ୍ୟ ବଢିବାରେ ଲାଗିଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ଧ୍ବସ୍ତବିଧ୍ବସ୍ତ ହୋଇସାରିଥିବା ସତ୍ତ୍ବେ ମଧ୍ୟ ଲଢେଇ ଜାରି ରଖିଛି । ଏପରି ସ୍ଥଳେ ପୂର୍ବ ୟୁରୋପରେ ଥିବା ନାଟୋ ଦେଶମାନେ ୟୁକ୍ରେନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇବା ପାଇଁ ଘୋଷଣା କରିଛନ୍ତି ।

ଆଜି ନାଟୋ ସଦସ୍ୟ ଦେଶ ପୋଲାଣ୍ଡ, ବୁଲଗେରିଆ ଓ ସ୍ଲାଭାକିଆ ୭୦ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିବା ୟୁକ୍ରେନ ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ୟୁକ୍ରେନକୁ ମିଳିବାକୁ ଥିବା ଏହି ବିମାନ ମଧ୍ୟରେ ବୁଲଗେରିଆ ୧୬ଟି ମିଗ-୨୯ ଓ ୧୪ ଟି SU-25 ଲଢୁଆ ବିମାନ ପ୍ରଦାନ କରିବ । ସେହିପରି ପୋଲାଣ୍ଡ ମଧ୍ୟ ୨୮ଟିି ଅତ୍ୟାଧୁନିକ MiG-29 ଲଢୁଆ ବିମାନ ଯୋଗାଇ ଦେବା ନେଇ ୟୁକ୍ରେନ ସରକାରୀ ଭାବେ କହିଛି ।

ତେବେ ବର୍ତ୍ତମାନ ୟୁକ୍ରେନ ଆକାଶରେ ଯୁଦ୍ଧ ବିମାନ 'Ghosts of Kiev'କୁ ବେଶ୍ ଚର୍ଚ୍ଚା ଜାରି ରହିଛି । ଏହି ଯୁଦ୍ଧ ବିମାନ ରହସ୍ୟମୟ ଭାବେ ଋଷୀୟ ଯୁଦ୍ଧ ବିମାନକୁ ଟାର୍ଗେଟ କରିବା ସହ କ୍ରମାଗତ ଖସାଇବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥଳେ ପଡୋଶୀଙ୍କ ଠାରୁ ଆଉ ଲଢୁଆ ଯୁଦ୍ଧ ବିମାନ ପାଇବା ପରେ ୟୁକ୍ରେନ ଅଧିକ କ୍ରିୟାଶୀଳ ଭାବେ ଋଷ ସେନା ସହ ଲଢିପାରିବ ବୋଲି ଆଶା କରିଛନ୍ତି ୟୁକ୍ରେନବାସୀ ।

ଯୁଦ୍ଧ ରୋକିବା ପାଇଁ ଜାତିସଙ୍ଘ ସମେତ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନେ ବାରମ୍ବାର ଋଷକୁ ପରାମର୍ଶ ଦେଇ ସାରିଥିବା ବେଳେ ଋଷ କୌଣସି ଆଗ୍ରହ ଦେଖାଇବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ୟୁକ୍ରେନୀୟ ସହର ନିୟନ୍ତ୍ରଣକୁ ନେବା ପାଇଁ ଆକ୍ରମଣକୁ ବ୍ୟାପକ କରିବାରେ ଲାଗିଛି । ଫଳରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିବା ୟୁକ୍ରେନ ଆତ୍ମରକ୍ଷା ପାଇଁ ୟୁକ୍ରେନ ଅନ୍ୟ ରାଷ୍ଟ୍ରଙ୍କ ଠାରୁ ଯୁଦ୍ଧାସ୍ତ୍ର ମାଗିବା ସହ ମୁକାବିଲାକୁ ଜୋରଦାର କରିଛି । ୟୁକ୍ରେନକୁ ସମର୍ଥନ ଋଷର ଚିନ୍ତା ମଧ୍ୟ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details