ଓଡିଶା

odisha

ETV Bharat / bharat

Ukraine war: ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ - ୟୁକ୍ରେନର ନୂଆ ପଦକ୍ଷେପ

ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନରେ ଭୟାବହ ସ୍ଥିତି । ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ । ଋଷ ବର୍ବରତାର ସହ ନିରୀହ ନାଗରିକଙ୍କୁ ଆକ୍ରମଣ କରୁଥିବା ଦର୍ଶାଇଲା ୟୁକ୍ରେନ । ଅଧିକ ପଢନ୍ତୁ

Ukraine war: ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ
Ukraine war: ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ

By

Published : Feb 27, 2022, 6:07 PM IST

କିବ:ୟୁକ୍ରେନରେ ଋଷ ପ୍ରବଳ ଆକ୍ରମଣ ଜାରି ରଖିଥିବା ବେଳେ ଆକ୍ରମଣରୁ ରକ୍ଷା ପାଇବା ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଦ୍ବାରସ୍ଥ ହୋଇଛି ୟୁକ୍ରେନ । ୟୁକ୍ରେନ ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିବା ବେଳେ ଋଷ ତାର ଅଖଣ୍ଡତା ଓ ସାର୍ବଭୌମତ୍ବ ଉପରେ ବର୍ବରୋଚିତ ଆକ୍ରମଣ କରିଛି, ଯାହା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ଦର୍ଶାଇ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଦ୍ବାରସ୍ଥ ହୋଇଛି ୟୁକ୍ରେନ । ଏନେଇ ରାଷ୍ଟ୍ରପତି ଜେଲେନସ୍କି ଟ୍ବିଟ କରି ସୂଚନା ଦେଇଛନ୍ତି ।

ଆବେଦନରେ ୟୁକ୍ରେନ ଦର୍ଶାଇଛି, ଏପରି ବର୍ବର ଆକ୍ରମଣ କରି ଋଷ ଅନ୍ତର୍ଜାତୀୟ ନିୟମ ଉଲ୍ଲଙ୍ଘନ କରିଛି । ତେଣୁ ଜାତିସଙ୍ଘ ସୁରକ୍ଷା ପରିଷଦରୁ ତାର ସଦସ୍ୟତା ରଦ୍ଦ କରିବା ଆବଶ୍ୟକ । ଅନ୍ୟପଟେ ପଶ୍ଚିମ ରାଷ୍ଟ୍ରମାନଙ୍କ ତମାମ ବିରୋଧ ଓ ନିନ୍ଦା ସତ୍ତ୍ବେ ମଧ୍ୟ ଋଷ ତାର ସାମରିକ ଅଭିଯାନ ଜାରି ରଖିଛି । ଋଷ ସେନା ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିସାରିଥିବା ବେଳେ ରାଜଧାନୀ କୀବ ଅଭିମୁଖେ ଅଗ୍ରସର ହେବାରେ ଲାଗିଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଋଷ ବର୍ବରତାର ସହ ଆକ୍ରମଣ ଜାରି ରଖିଛି । ୟୁକ୍ରେନର ଅନେକ ସାଧାରଣ ଜନତା ମଧ୍ୟ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଲେଣି । ଋଷର ଏପରି ଯୁଦ୍ଧନୀତିକୁ ନରସଂହାର ବୋଲି କହିବାକୁ ହେବ । ଯାହାକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ ହେବ ବୋଲି ସେ କହିବା ସହ ଏହ ବିରୋଧରେ ବିଶ୍ବ ସମୁଦାୟ ଓ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ବିଚାର କରି ରୋକ ଲଗାଇବା ସହ ଜାତିସଙ୍ଘ ସୁରକ୍ଷା ପରିଷଦରୁ ଋଷର ସଦସ୍ୟତା ରଦ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ଋଷ କୌଣସି କଟକଣାକୁ ସ୍ବୀକାର କରିବା ପରିବର୍ତ୍ତେ ତାର ଯୁଦ୍ଧ ଅଭିଯାନ ଜାରି ରଖିଛି । ଅନ୍ୟ ପଟେ ୟୁକ୍ରେନ ମଧ୍ୟ ୪ଦିନ ଯୁଦ୍ଧ ପରେ ମଧ୍ୟ ଲଢିବା ଜାରି ରଖିଛି । ଅନ୍ୟପଟେ ବେଲାରୁଷରେ ଋଷ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ୟୁକ୍ରେନ ପକ୍ଷରୁ ଏହାକୁ ପ୍ରତ୍ୟାଖାନ କରାଯାଇଥିବା ସୂଚନା ମିଳିଛି । ବେଲାରୁଷ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନକୁ ବାଛିବା ପାଇଁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details