ନୂଆଦିଲ୍ଲୀ: ମୁଁ ଭୀରୁ ନୁହେଁ କି ଦେଶ ଛାଡି ପଳେଇବି । ମୋ ଦେହେରେ ଶେଷ ବୁନ୍ଦା ରକ୍ତ ଥିବା ଯାଏଁ ଲେଢେଇ କରିବି । ଏଭଳି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି ।
ତେବେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଉଦ୍ଧାର ଏବଂ ରାଜଧାନୀ କିଭ୍ ଛାଡିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଏହାକୁ ଜେଲେନସ୍କି ପ୍ରତ୍ୟାଖାନ କରିବା ସହ ମୁଁ ଦେଶର ଏହି ସଙ୍କଟ ସମୟରେ ଦେଶ ଛାଡି ଯିବି ନାହିଁ ବୋଲି କହିଛନ୍ତି । ୟୁକ୍ରେନ ସେନା, ଋଷ ସେନା ସହ ଲଢେଇ ଜାରି ରଖିଥିବା ବେଳେ ଜେଲେନସ୍କି ଏହି ସାହସୀ ବାର୍ତ୍ତା ସେନାକୁ ଲଢିବାକୁ ଆହୁରି ସାହସ ଯୋଗାଇଛି ।
ଅନ୍ୟପଟେ ଗତକାଲି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସେନା ପୋଷାକ ପରିଧାନ କରି ଯୁଦ୍ଧ ଳଢିବା ଲାଗି ପ୍ରସ୍ତୁତ ଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ତେବେ ବିଭିନ୍ନ ସମୟରେ କୌଣଷି ରାଷ୍ଟ୍ର ଉପରେ ବାହାର ଦେଶ ଆକ୍ରମଣ କଲେ ସେହି ଦେଶର ରାଷ୍ଟ୍ରପତି ପଳାୟନ କରିଥିବା ନଜିରି ରହିଛି ।
ଅପରସପକ୍ଷେ ଜେଲେନସ୍କି ଏହି ପଦକ୍ଷେପ ୟୁକ୍ରେନ ସେନାକୁ କେତେ ସାହସ ଦେଉଛି ତାହା ପରବର୍ତ୍ତୀ ସମୟରେ ଜଣାପଡିବ । ସେହିପରି ସମସ୍ତ ଦେଶକୁ ସାହଯ୍ୟ ମାଗିଥିବା ବେଳେ କୌଣଷି ଦେଶ ଆମକୁ ସାହଯ୍ୟ କରିନଥିବା କହିଛନ୍ତି ଜେଲେନସ୍କି । ସେହିଭଳି ଆମେ ଏକାକୀ ଳଢିବୁ ଓ ଆଗକୁ ମଧ୍ୟ ଲଢେଇ ଜାରି ରଖିବୁ ବୋଲି ଜେଲେନସ୍କି କହିଛନ୍ତି । ଏହାସହିତ ପାଶ୍ଚାତ୍ୟ ଦେଶକୁ କଥା ନୁହେଁ ଅସ୍ତ୍ର ଯୋଗାଇବାକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ