ଓଡିଶା

odisha

ETV Bharat / bharat

Ukraine War: ବନ୍ଧୁକ ଉଠାଇଲେ ୟୁକ୍ରେନ ମହିଳା ସାଂସଦ, ଲଢେଇ ପାଇଁ ଦେଲେ ଆହ୍ବାନ - ଯୁଦ୍ଧ ମୈଦାନରେ ୟୁକ୍ରେନ ମହିଳା ସାଂସଦ

ଏହାରି ମଧ୍ୟରେ ଏବେ ଗୋଟିଏ ଫଟୋକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ଭାଇରାଲ ହେଇଥିବା ଫଟୋଟି ହେଉଛି ୟୁକ୍ରେନ ସଂସଦର ମହିଳା ସାଂସଦ କିରା ରୁଡିକିଙ୍କ (Kira Rudik) । କିରା ନିଜ ଟ୍ବିଟରେ ଏବେ ଏକାଧିକ ଫଟୋ ପୋଷ୍ଟ କରି ପୁରା ଚହଳ ପକାଇ ଦେଇଛନ୍ତି । ଅଧିକ ପଢନ୍ତୁ

Kira Rudik
Kira Rudik

By

Published : Feb 26, 2022, 10:36 PM IST

କିଭ:ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ (Russia Ukraine War) ଆଜି ତୃତୀୟ ଦିନରେ ପହଞ୍ଚିଛି । ଋଷ ସେନା ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ଦଖଲକୁ ନେବାରେ ଲାଗିଛି। ଆଜି ୟୁକ୍ରେନର ଦକ୍ଷିଣରେ ଥିବା ମେଲିଟୋପୋଲ ସହରକୁ ଦଖଲ କରିଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ।

ଏହାରି ମଧ୍ୟରେ ଏବେ ଗୋଟିଏ ଫଟୋକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ଭାଇରାଲ ହେଇଥିବା ଫଟୋଟି ହେଉଛି ୟୁକ୍ରେନ ସଂସଦର ମହିଳା ସାଂସଦ କିରା ରୁଡିକିଙ୍କ (Kira Rudik) କିରା ନିଜ ଟ୍ବିଟରେ ଏବେ ଏକାଧିକ ଫଟୋ ପୋଷ୍ଟ କରି ପୁରା ଚହଳ ପକାଇ ଦେଇଛନ୍ତି । କାରଣ ଯେଉଁ ଫଟୋ ସବୁ ପୋଷ୍ଟ କରିଛନ୍ତି, ସେଥିରେ ସେ ବିଭିନ୍ନ ଅସ୍ତ୍ର ଧରି ଋଷ ବିରୋଧରେ ଲଢିବାକୁ ଯୁଦ୍ଧ ମୈଦାନକୁ ଯିବେ ବୋଲି ଲେଖିଛନ୍ତି । ଏହାସହ ସେନାର ମନୋବଳ ବଢାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

କିରା ରୁଡିକି ଲେଖିଛନ୍ତି ୟୁକ୍ରେନର ପ୍ରତ୍ୟେକ ପୁରୁଷ ଓ ମହିଳା ଅସ୍ତ୍ର ଉଠାଇ ଋଷ ବିରୋଧରେ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସମସ୍ତେ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି । ଖାଲି ଏତିକି ନୁହେଁ, କିରା ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବିଭିନ୍ନ ଟିଭିରେ ପକ୍ଷ ରଖୁଛନ୍ତି । ଏହାସହ ୟୁକ୍ରେନ କିଭଳି ଏକଟିଆ ଲଢେଇ କରୁଛି, କେହି ସାହାଯ୍ୟ କରୁନାହାଁନ୍ତି ତାହା ମଧ୍ୟ ବର୍ଣ୍ଣନା କରୁଛନ୍ତି । ଏହାସହ ସେ ବିଶ୍ବବାସୀଙ୍କ ସମର୍ଥନ ଲୋଡିଛନ୍ତି ।

ଏକାଧିକ ଟ୍ବିଟ କରି କିରା ଲେଖିଛନ୍ତି, ପୁରା ବିଶ୍ବ ଆମକୁ ଏକ ବିପଦକୁ ଠେଲି ଦେଇଛି । ଆମକୁ କେହି ସାହାଯ୍ୟ କରୁନାହାଁନ୍ତି । ଆମେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ କରିବୁ । ଆମେ କୌଣସି ସ୍ଥିତିରେ ଆତ୍ମସମର୍ପଣ କରିବୁ ନାହିଁ, ପରିଣାମ ଯାହା ହେଉନା କାହିଁକି । କାରଣ ଏହି ଦେଶ ହେଉଛି ଆମର, ଏହି ସହର ହେଉଛି ଆମର, ଏହି ମାଟି ହେଉଛି ଆମର । ଏହି ମାଟି ଛାଡି ଆମେ କୁଆଡେ ଯିବୁ ନାହିଁ । ଏହି ମାଟି ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ ।

କିରା ଆହୁରି ଲେଖି କହିଛନ୍ତି ମୁଁ ମୋ ବଗିଚାରେ ତୁଲିପ (tulips) ଗଛ ସହ ଡ୍ୟାଫୋଡିଲ (daffodils) ଲଗାଇବାକୁ ଯୋଜନା କରିଛି । କାରଣ ଏହା ଦ୍ବାରା କିଭକୁ ସୁରକ୍ଷା ଦେବା ପାଇଁ ଆମେ ଆହୁରି ଶକ୍ତିଶାଳୀ ହୋଇପାରିବୁ । ସେହିପରି ସେ ଅନ୍ୟ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଲଢେଇ ପାଇଁ ଆମେ ଏକତ୍ରିତ ହେଉଛି । ଆଜି ରାତି ଆମ ପାଇଁ ଏକ କଠିନ ରାତି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details