ଓଡିଶା

odisha

ETV Bharat / bharat

ଋଷ ଆକ୍ରମଣରେ ଧ୍ବଂସ ପାଇଲା ବିଶ୍ବର ସର୍ବବୃହତ କାର୍ଗୋ ବିମାନ

ଋଷ ଆକ୍ରମଣରେ ଧ୍ବଂସ ପାଇଲା ୟୁକ୍ରେନ ନିର୍ମିତ ବିଶ୍ବର ସର୍ବବୃହତ କାର୍ଗୋ ବିମାନ ଆଣ୍ଟୋନୋଭ -225 ମ୍ରିୟା । ଅଧିକ ପଢନ୍ତୁ

By

Published : Feb 27, 2022, 10:32 PM IST

ଋଷ ଆକ୍ରମଣରେ ଧ୍ବଂଶ ପାଇଲା ବିଶ୍ବର ସର୍ବବୃହତ କାର୍ଗୋ ବିମାନ
ଋଷ ଆକ୍ରମଣରେ ଧ୍ବଂଶ ପାଇଲା ବିଶ୍ବର ସର୍ବବୃହତ କାର୍ଗୋ ବିମାନ

କିବ:ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ସର୍ବବୃହତ କାର୍ଗୋ ବିମାନ ଆଣ୍ଟୋନୋଭ-225 ମ୍ରିୟାକୁ ଧ୍ବଂସ କରିଛି ରୁଷୀୟ ସେନା । କିମ୍ବଦନ୍ତୀ ବିମାନ ମରିୟା କ୍ୟୁଏଭ ନିକଟସ୍ଥ ହୋଷ୍ଟୋମେଲର ଆଣ୍ଟୋନୋଭ ଏୟାରଫିଲ୍ଡରେ ରଖାଯାଇଥିବାବେଳେ ଋଷ ଏହା ଉପରେ ବୋମାମାଡ କରି ଏହାକୁ ଧ୍ବଂସ କରିଦେଇଥିବା ୟୁୁକ୍ରେନ ପକ୍ଷରୁ ସୂଚନା ମିଳିଛି ।

ବିଶ୍ବର ସବୁଠୁ ବୃହତ ବିମାନ ଭାବେ ରେକର୍ଡ କରିଥିଲା ଆଣ୍ଟୋନୋଭ-225 ମ୍ରିୟା । ତେବେ ଋଷ ସେନା ୟୁକ୍ରେନରେ ଆକ୍ରମଣ ଜାରି ରଖିଥିବାବେଳେ ଅନେକ ବିମାନ ଘାଟି ଉପରେ ଆକାଶମାର୍ଗରୁ ମିସାଇଲ ଓ ବୋମା ମାଡ କରିଛି । ଆଜିର ଏହି ଆକ୍ରମଣରେ ୟୁକ୍ରେନ ନିର୍ମିତ ଏହି ସର୍ବବୃହତ ବିମାନ ଧ୍ବଂସ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details