ଓଡିଶା

odisha

ETV Bharat / bharat

Ukraine intel: ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବ ଋଷ !

ୟୁକ୍ରେନ ଗୁପ୍ତଚର ବିଭାଗର ଆଶଙ୍କା । ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିପାରେ ଋଷ । ନିଜ ଅଧିକୃତ ଅଞ୍ଚଳକୁ ଦେଇପାରେ ସ୍ବତନ୍ତ୍ର ଦେଶର ମାନ୍ୟତା । ଅଧିକ ପଢନ୍ତୁ

Ukraine intel: ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିପାରେ ଋଷ
Ukraine intel: ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିପାରେ ଋଷ

By

Published : Mar 27, 2022, 10:05 PM IST

କିଭ:ୟୁକ୍ରେନରେ ଋଷ ଆକ୍ରମଣ ଜାରି ରଖିଥିବାବେଳେ ସମଗ୍ର ୟୁକ୍ରେନ ଦଖଲ ଋଷ ପାଇଁ ଏତେଟା ସହଜ ମନେ ହେଉନାହିଁ । ଏପରି ସ୍ଥଳେ ଭିନ୍ନ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଋଷ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ୟୁକ୍ରେନର ସାମରିକ ଗୁପ୍ତଚର ବିଭାଗ ।

ବିଭାଗର ମୁଖ୍ୟ କିରିଲୋ ବୁଡାନୋଭ କହିଛନ୍ତି, ଋଷ ରାଷ୍ଟ୍ରପତି ପୁଟିନ ଏହା ଅନୁଭବ କରିସାରିଲେଣି ଯେ ସମଗ୍ର ୟୁକ୍ରେନକୁ ନିଜ ଦଖଲକୁ ନେବା ସମ୍ଭବ ନୁହେଁ । ତେଣୁ ୟୁକ୍ରେନର ଋଷ ଅଧିକୃତ ଅଞ୍ଚଳକୁ ସ୍ବତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରି ଋଷ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ପ୍ରୟାସ କରିବାର ଆଶଙ୍କା ଯଥେଷ୍ଟ ।

ୟୁକ୍ରେନର ବିଦ୍ରୋହ ଅଞ୍ଚଳ ତଥା ନିଜ ଅଧୀନକୁ ନେଇ ସାରିଥିବା ଅଞ୍ଚଳକୁ ଋଷ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିବା ସହ ୟୁକ୍ରେନ ସହ ଲଢିବା ପାଇଁ ସମସ୍ତ ସହଯୋଗ କରିବ । ଫଳରେ ଋଷର ଆକ୍ରମଣ ଆହୁରି ସହଜ ହୋଇପାରିବା ନେଇ ମସ୍କୋ ଚିନ୍ତା କରୁଥିବା ବୁଡାନୋଭ କହିଛନ୍ତି । ତେବେ ଋଷ ଏପରି ପ୍ରୟାସରେ ସଫଳ ହେବ ନାହିଁ ବୋଲି ସେ ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଋଷ ଗୋଟିଏ ପରେ ଗୋଟିଏ ୟୁକ୍ରେନୀୟ ସହର ଦଖଲ କରିସାରିଥିଲେ ସୁଦ୍ଧା ରାଜଧାନୀ କିଭ ସମେତ ସମ୍ପୂର୍ଣ୍ଣ ଦେଶ ଉପରେ ଏପର୍ଯ୍ୟନ୍ତ ନିୟନ୍ତ୍ରଣ ହାସଲ କରିପାରିନାହିଁ । ଯୁଦ୍ଧ ପ୍ରାୟ ଏକମାସ ଧରି ଜାରି ରହିଛି । ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାରେ ଲାଗିଥିବା ଯୋଗୁ ଋଷର ସମସ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଏପରି ସ୍ଥଳେ ଋଷ ଏପରି ବିଭାଜନ ରଣନୀତି ଆପଣାଇ ଯୁଦ୍ଧକୁ ଭିନ୍ନ ମୋଡ ଦେବା ପାଇଁ ପ୍ରୟାସ କରିପାରେ ବୋଲି ଗୁପ୍ତଚର ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details