ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ‘ଅପରେସନ ଗଙ୍ଗା’ । ଆସନ୍ତାକାଲି ଏହି ଅଭିଯାନ ଅଧୀନରେ ରୋମାନିଆ ରାଜଧାନୀ ବୁଖାରେଷ୍ଟରୁ ଦ୍ୱିତୀୟ ବିମାନ 250 ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି । ଆଜି ଶନିବାର ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ସୂଚନା ଦେଇଛନ୍ତି ।
ବୈଦେଶିକ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଅପରେସନ ଗଙ୍ଗା ଜାରି ରହିଛି। ବୁଖାରେଷ୍ଟରୁ ଦ୍ୱିତୀୟ ବିମାନ 250 ଭାରତୀୟ ନାଗରିକଙ୍କ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଦ୍ୱିତୀୟ ବିମାନ ଆସନ୍ତାକାଲି (ରବିବାର) ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ ।