ନୂଆଦିଲ୍ଲୀ: ଭାରତକୁ ସହଯୋଗର ହାତ ବଢାଇଲା ଇଂଲଣ୍ଡ । କୋରୋନା ମହାମାରୀରେ ଭାରତର ଲଢେଇରେ ଭାରତକୁ ତିନୋଟି ଅମ୍ଳଜାନ ଜେନେରେଟର ପଠାଇଛି ଇଂଲଣ୍ଡ । ଏହି ଜେନେରେଟରେ ପ୍ରତି ମିନିଟରେ 500ଲିଟର ଅକ୍ସିଜେନ ଉତ୍ପାଦନ କରିବାର କ୍ଷମତା ରହିଛି ।
ଭାରତରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ସହିତ ଅମ୍ଳଜାନର ଅଭାବ ଚିନ୍ତାର କାରଣ ପାଲଟିଛି । ଭାରତର ଏହି ସମସ୍ୟାକୁ ଦୂର କରିବାକୁ ଅମ୍ଳଜାନ ଉପକରଣ ପଠାଇବା ମୁଖ୍ୟ କରାଣ ବୋଲି ବୁଧବାର ସୂଚନା ଦେଇଥିଲେ ବ୍ରିଟେନ ହାଇ କମିଶନ ।
ଭାରତରେ ପୀଡିତ କୋରୋନା ରୋଗୀଙ୍କୁ ଅଧିକ ଅକ୍ସିଜେନ ଯୋଗାଇବା ପାଇଁ ଉତ୍ତର ଆୟର୍ଲାଣ୍ଡର ଷ୍ଟକରୁ ତିନୋଟି ଅକ୍ସିଜେନ ଉତ୍ପାଦନ ପଠାଇଛି ଇଂଲଣ୍ଡ । ଯାହା ପ୍ରତି ମିନିଟରେ 500 ଲିଟର ଅମ୍ଳଜାନ ଉତ୍ପାଦନ କରିପାରିବ । ଯାହା ଏକା ସମୟରେ 50 ଲୋକଙ୍କ ପାଇଁ ଯଥେଷ୍ଟ । ଭାରତ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଅମ୍ଳଜାନ ହିଁ ହେଉଛି ଏକମାତ୍ର ମୁଖ୍ୟ ଆବଶ୍ୟକତା ।