ଓଡିଶା

odisha

କୋରୋନା ସଙ୍କଟ, ଭାରତକୁ ସହଯୋଗ କରିବେ ଆମେରିକା-ବ୍ରିଟେନ

By

Published : Apr 25, 2021, 10:57 PM IST

Updated : Apr 26, 2021, 6:40 AM IST

ଭାରତକୁ 600 ମେଡିକାଲ ଉପକରଣ ପଠାଇବାକୁ ଘୋଷଣା କରିଛି ବ୍ରିଟେନ । ଏହା କୋରୋନା ବିରୋଧରେ ଲଢେଇରେ ହେବ ବ୍ୟବହୃତ । ଅଧିକ ପଢନ୍ତୁ...

କୋରୋନା ଲଢେଇରେ ଭାରତର ସାଥ୍‌ ଦେଲା ବ୍ରିଟେନ, ପଠାଇଲା 600 ମେଡିକାଲ ଉପକରଣ
କୋରୋନା ଲଢେଇରେ ଭାରତର ସାଥ୍‌ ଦେଲା ବ୍ରିଟେନ, ପଠାଇଲା 600 ମେଡିକାଲ ଉପକରଣ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବିରୋଧରେ ଭାରତକୁ ମିଳିଛି ବ୍ରିଟେନର ସାଥ୍‌ । ଭାରତକୁ 600 ମେଡିକାଲ ଉପକରଣ ପଠାଇବାକୁ ଘୋଷଣା କରିଛି ବ୍ରିଟେନ । ଏହା କୋରୋନା ବିରୋଧରେ ଲଢେଇରେ ହେବ ବ୍ୟବହୃତ ।

ରବିବାର ଭେଣ୍ଟିଲେଟର ଓ ଅକ୍ସିଜେନ ଉପକରଣ ୟୁକେରୁ ପଠାଯାଇଛି । ଏଗୁଡିକ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିବ ।

ଭାରତରେ ଚଳିତ ସପ୍ତାହରେ ଦେଖିବାକୁ ମିଳିଛି କୋରୋନାର ଭୟାବହତା । କିଛି ଦିନ ହେବ ଦୈନିକ 3 ଲକ୍ଷ ମାମଲା ସାମ୍ନାକୁ ଆସୁଛି । ଏହା ସହିତ 2 ହଜାରୁ ଅଧିକ ଲୋକଙ୍କର ହେଉଛି ମୃତ୍ୟୁ । ଏହି ସମୟରେ ଭାରତକୁ ଅନ୍ୟ ଦେଶରୁ ରହିଛି ସହଯୋଗର ଆବଶ୍ୟକତା ।

ଭାରତରେ କୋରୋନାର ଭୟାବହତା ମଧ୍ୟରେ ଦେଖାଦେଇଛି ଅକ୍ସିଜେନ ସଙ୍କଟ । ଆଉ ଏହି ସମୟରେ ଅକ୍ସିଜେନ ଓ ମେଡିକାଲ ଉପକରଣ ପଠାଇ ବ୍ରିଟେନ ବନ୍ଧୁ ଦେଶର ଉଦାହରଣ ଦେଇଛି ।

ସେପଟେ ଆମରେକା ମଧ୍ୟ ଭାରତକୁ କରିବ ସାହାଯ୍ୟ । କୋଭିସିଲ୍ଡ ଉତ୍ପାଦନ ପାଇଁ କଞ୍ଚାମାଲ ଯୋଗାଇବ ଆମେରିକା । ଏଏନଇ ଏନଏସଏ ଅଜିତ ଡୋଭାଲ ଓ ଆମେରିକା ଏନଏଲଏଙ୍କ ମଧ୍ୟରେ ହୋଇଛି ଆଲୋଚନା ।

Last Updated : Apr 26, 2021, 6:40 AM IST

ABOUT THE AUTHOR

...view details