ଓଡିଶା

odisha

By ETV Bharat Odisha Team

Published : Sep 10, 2023, 9:09 PM IST

ETV Bharat / bharat

G20 Meet: ଗ୍ରୀନ କ୍ଲାଇମେଟ ଫଣ୍ଡକୁ 2 ମିଲିୟନ ଡଲାର ଅନୁଦାନ ଦେବ ବ୍ରିଟେନ, ଘୋଷଣା କଲେ ସୁନକ

ଗ୍ରୀନ କ୍ଲାଇମେଟ ଫଣ୍ଡକୁ 2 ମିଲିୟନ ଡଲାରର ଅନୁଦାନ ଦେବ ବ୍ରିଟେନ । ନୂଆଦିଲ୍ଲୀରେ ଜି20 ସମ୍ମିଳନୀର ଅନ୍ତିମ ଅଧିବେଶନରେ ଘୋଷଣା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ । ଅଧିକ ପଢ଼ନ୍ତୁ

2 ମିଲିୟନ ଡଲାରର ଗ୍ରୀନ କ୍ଲାଇମେଟ ଫଣ୍ଡ ଦେବ ବ୍ରିଟେନ, ଘୋଷଣା କଲେ ସୁନକ
2 ମିଲିୟନ ଡଲାରର ଗ୍ରୀନ କ୍ଲାଇମେଟ ଫଣ୍ଡ ଦେବ ବ୍ରିଟେନ, ଘୋଷଣା କଲେ ସୁନକ

ନୂଆଦିଲ୍ଲୀ:ଶେଷ ହୋଇଛି ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବାଜି20 ସମ୍ମିଳନୀ । ଆଜି ରାଷ୍ଟ୍ରମୁଖ୍ୟ ବୈଠକର ଦ୍ବିତୀୟ ତଥା ଅନ୍ତିମ ଅଧିବେଶନରେ ସବୁଜ ଜଳବାୟୁ ପାଣ୍ଠି ପାଇଁ ବଡ ଘୋଷଣା କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସବୁଜ ଜଳବାୟୁ ପାଣ୍ଠି (Green Climate Fund)କୁ 2 ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବ୍ରିଟେନ୍‌ । ଆଜି ସୁନକଙ୍କ ଘୋଷଣା ପରେ ଭାରତରେ ଅବସ୍ଥାପିତ ବ୍ରିଟିଶ ଉଚ୍ଚାୟୁକ୍ତ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ ତଥା ମୁକାବିଲା ରଣନୀତିକୁ ଅନୁକୂଳ କରିବାରେ ବିଶ୍ବର ଦୁର୍ବଳ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି ।

ଗତକାଲିଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଜି20 ସମ୍ମିଳନୀ ଆଜି ଶେଷ ହୋଇଛି । ଦ୍ବିତୀୟ ତଥା ଅନ୍ତିମ କାର୍ଯ୍ୟଦିବସରେ ଅନୁଚିନ୍ତା ବା ଥିମ ରଖାଯାଇଥିଲା 'ଗୋଟିଏ ଭବିଷ୍ୟତ' । ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ସୁନକ ଆଜି ଜି20 ନେତାମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି, ବ୍ରିଟେନ ଆଗକୁ ବଢୁଛି ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବା ଜାରି ରଖିଛି । ବ୍ରିଟେନ ନିଜର ଅର୍ଥନୀତିରେ ଡିକାର୍ବୋନାଇଜ୍ (ଅଙ୍ଗାରକାମ୍ଳ ମାତ୍ରା ହ୍ରାସ) କରୁଛି ଏବଂ ବିଶ୍ବ ଅନ୍ୟ ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ସାହାଯ୍ୟ ମଧ୍ୟ ଜାରି ରଖିଛି ।

ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ହ୍ରାସ କରିବା ଲକ୍ଷ୍ୟରେ, 194 ଦେଶ ମିଳିତ ଭାବେ ‘ଗ୍ରୀନ କ୍ଲାଇମେଟ ଫଣ୍ଡ’ ଗଠନ କରିଥିଲେ । ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଏହି ଅନ୍ତର୍ଜାତୀୟ ପାଣ୍ଠିର ଗଠନ କରାଯାଇଥିଲା । ଏଥିରେ ବ୍ରିଟେନ ବଡ଼ ଭୂମିକା ଗ୍ରହଣ କରିଆସିଛି । ଏହି ପାଣ୍ଠିକୁ ଏବେ 2 ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ବ୍ରିଟେନ୍‌ । ଯାହାକି ନୂଆଦିଲ୍ଲୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-G20 Summit: ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଗତକାଲି ଭାରତ ପକ୍ଷରୁ ବାୟୋ ଫୁଏଲ ଆଲିଆନ୍ସ ଗଠନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଏହି ମେଣ୍ଟ ଗଠନ କରାଯାଇଥିଲା । ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସମୟରେ ପରିବେଶ ଅନୁକୂଳ ଇନ୍ଧନ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସମସ୍ତ ଦେଶ ଏକାଠି କାମ କରିବା ପାଇଁ ସମୟ ଆସିଛି । ବିଶ୍ବର ବୃହତ୍ତର କଲ୍ୟାଣ ପାଇଁ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ସହିତ ଜଳବାୟୁ ନିରାପତ୍ତାରେ ଅନୁକୂଳ ହେବା ପରି ଜୈବ ଇନ୍ଧନ ଯୋଗାଣ ଶୃଙ୍ଖଳା ଉପରେ ପ୍ରାଥମିକତାର ସହ କାର୍ଯ୍ୟ କରିବା ଉଚିତ । ଏହି ସବୁ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଜି ପରିପ୍ରେକ୍ଷୀରେ ବିଶ୍ବ ଜୈବ ଇନ୍ଧନ ଆଲାଇନ୍ସ ଆରମ୍ଭ କରାଯାଇଛି । ଏହି ପଦକ୍ଷେପରେ ସାମିଲ ହେବାକୁ ଭାରତ ଅନ୍ୟ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details