ନୂଆଦିଲ୍ଲୀ:କୋରୋନା କାଳରେ ଭାରତୀୟ ଗସ୍ତ ବାତିଲ ପରେ ଚଳିତ ମାସ 21 ତାରିଖରୁ(ଆଜିଠୁ) ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏପ୍ରିଲ 21 ଓ 22 ଦୁଇ ଦିନିଆ ଗସ୍ତରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ଜନସନ ପ୍ରଥମେ ଅହମ୍ମଦାବାଦରେ ଅବତରଣ କରିବା ପରେ ସେହିଦିନ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।
UK PM Visiting To India: ଆଜିଠୁ 2 ଦିନିଆ ଭାରତ ଗସ୍ତରେ ବୋରିସ୍ ଜନସନ - ଭାରତ ଆସିବେ ବିଟ୍ରେନ ପ୍ରଧାନମନ୍ତ୍ରୀ
ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅହମ୍ମଦାବାଦରେ ଅବତରଣ ପରେ ଦିଲ୍ଲୀ ଆସିବେ । ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ
21 ରୁ ବିଟ୍ରେନ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ
ନିଜ ଗସ୍ତର ଦ୍ବିତୀୟ ଦିନରେ ସେ ଦିଲ୍ଲୀର ରାଜଘାଟରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । 22 ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ପ୍ରସ୍ଥାନ କରିବେ । ତେବେ ପୂର୍ବରୁ ଜନସନ ଗତ ବର୍ଷ ଗଣତନ୍ତ୍ର ଦିବସରେ ବିଦେଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କୋରୋନା ସଙ୍କଟରେ ସେ ଭାରତ ଗସ୍ତ ବାତିଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Apr 21, 2022, 7:04 AM IST