ଓଡିଶା

odisha

ETV Bharat / bharat

UK PM In Gujarat: ସାବରମତି ଆଶ୍ରମରେ ଚରଖା ଚଲାଇଲେ, JCB ଚଢିଲେ - ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ଅହମ୍ମଦାବାଦର ସାବରମତି ଆଶ୍ରମ ପରିଦର୍ଶନ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ । ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ କରିବେ ଯାତ୍ରା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ ପରେ ଫେରିବେ ବ୍ରିଟେନ । ଅଧିକ ପଢନ୍ତୁ

UK PM in Gujarat : ସାବରମତି ଆଶ୍ରମ ପରିଦର୍ଶନ କଲେ, JCB ଚଢିଲେ
UK PM in Gujarat : ସାବରମତି ଆଶ୍ରମ ପରିଦର୍ଶନ କଲେ, JCB ଚଢିଲେ

By

Published : Apr 21, 2022, 6:03 PM IST

ଗାନ୍ଧୀନଗର: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ଅହମ୍ମଦାବାଦରେ ପହଞ୍ଚି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରସିଦ୍ଧ ସାବରମତି ଆଶ୍ରମ ଯାଇ ପରଦର୍ଶନ କରିଛନ୍ତି । ଏହି ଅବସରରେ ସେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସାବରମତି ଆଶ୍ରମରେ ସେ ଗାନ୍ଧାଜୀଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଆଶ୍ରମ କର୍ତ୍ତୁପକ୍ଷଙ୍କ ଦ୍ବାରା ବାପୁଙ୍କ ଦ୍ବାରା ଲିଖିତ 'Guide to London' ଶୀର୍ଷକ ପୁସ୍ତକ ମଧ୍ୟ ଜନସନଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଛି । ଏହି ପୁସ୍ତକ ବାପୁଙ୍କ ଦ୍ବାରା ଲେଖାଯାଇଥିବା ବେଳେ କୌଣସି କାରଣବଶତଃ ପ୍ରକାଶିତ ହୋଇପାରି ନଥିଲା ।

ଗାନ୍ଧୀନଗରରେ ଥିବା ଗୁଜୁରାଟ ବାୟୋଟେକନୋଲେଜି ବିଶ୍ବବିଦ୍ୟାଳୟ (Gujarat Biotechnology University) ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅଂଶଗ୍ରହଣ କରିଥିଲେ ଜନସନ । ପରେ ଗୁଜୁରାଟର JCB ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ ପରିଦର୍ଶନ କରିବା ସହ ଏକ ଜେସିବିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଜନସନ ବିଶିଷ୍ଟ ଉଦ୍ୟୋଗପତି ଗୌତମ ଆଦାନିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଆଦାନି ଗ୍ରୁପ ମୁଖ୍ୟାଳୟରେ ଏହି ସାକ୍ଷାତକାର ହୋଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରସଙ୍ଗ ସମେତ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ଓ ଜଳବାୟୁ ପରିବର୍ତ୍ତନ ଆଦି ସମସ୍ୟା ଉପରେ ମତ ବିନିମୟ ହୋଇଥିଲା । ପରେ ସେ ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ ।

ଆଜି ସନ୍ଧ୍ୟାରେ ସେ ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଆସନ୍ତାକାଲି ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ପରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମ ସାରି ସଂନ୍ଧ୍ୟାରେ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ପ୍ରସ୍ଥାନ କରିବେ ଜନସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details