ଓଡିଶା

odisha

ଋଷ ଗସ୍ତ କରିପାରିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ

By

Published : Apr 16, 2022, 9:33 PM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନଙ୍କ ଉପରେ କଠୋର ହେଲା ଋଷ। ପ୍ରଧାନମନ୍ତ୍ରୀ ଜନସନଙ୍କ ସମେତ ଶୀର୍ଷ ବ୍ରିିଟିଶ ଅଧିକାରୀଙ୍କୁ ଋଷ ମନା । ଯୁଦ୍ଧ ଆରମ୍ଭରୁ ଋଷ ବିରୋଧୀ କଠୋର ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛି ବ୍ରିଟେନ । ଗତ କିଛି ଦିନ ତଳେ ଅଚାନକ କିଭ ଗସ୍ତ କରି ଜେଲେନସ୍କିଙ୍କୁ ଭେଟିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଋଷ ଗସ୍ତ କରି ପାରିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ
ଋଷ ଗସ୍ତ କରି ପାରିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ

ମସ୍କୋ:ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବ୍ରିଟେନର ଋଷ ବିରୋଧରେ ଏକାଧିକ ଆର୍ଥିକ କଟକଣା ଲାଗୁ କରିବା ଓ ପ୍ରଧାନମନ୍ତ୍ରୀ ଜନସନ ୟୁକ୍ରେନ ରାଜଧାନୀ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବା ଘଟଣାରେ କ୍ଷୁବ୍ଧ ହୋଇଛି ଋଷ । ଫଳ ସ୍ବରୂପ ଜନସନଙ୍କୁ ଋଷ ଗସ୍ତ ନେଇ ନିଷେଧାଦେଶ ଜାରି କରିଛି ମସ୍କୋ । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ଏହି ବ୍ୟାନ ତାଲିକାରେ ବ୍ରିଟେନର କିଛି ଶୀର୍ଷ ଅଧିକାରୀ ମଧ୍ୟ ରହିଛନ୍ତି । ପୂର୍ବରୁ ମଧ୍ୟ ବ୍ରିଟେନ ଋଷ ବିରୋଧୀ ଆଭିମୁଖ୍ୟ କଠୋର କରିଆସିଥିବା ବେଳେ ଏକାଧିକ ଆର୍ଥିକ କଟକଣା ମଧ୍ୟ ଲଗାଇ ସାରିଛି ।

ଏପରି ନିଷ୍ପତ୍ତି ପରେ ଋଷ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧକୁ ବ୍ରିଟେନ ଇନ୍ଧନ ଯୋଗାଇବାରେ ଲାଗିଛି । ବ୍ରିଟେନ ଅନେକ ଯୁଦ୍ଧାସ୍ତ୍ର ମଧ୍ୟ ୟୁକ୍ରେନକୁ ଯୋଗାଇ ଯୁଦ୍ଧକୁ ଆହୁରି ଅଧିକ ଜଟିଳ କରିବାରେ ଲାଗିଛି । ସେହିପରି ଅନ୍ୟ କିଛି ୟୁରୋପୀୟ ରାଷ୍ଟ୍ର ସମେତ ନାଟୋ ମଧ୍ୟ ସମାନ ଉଦ୍ୟମ ଜାରି ରଖିଛି । ତେଣୁ ଏପରି ନିଷ୍ପତ୍ତି ନେଇଛି ଋଷ ।

ବ୍ରିଟେନର ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାଏବ, ବୈଦେଶିକ ସଚିବ ଲିଜ୍ ଟ୍ରସ୍, ପ୍ରତିରକ୍ଷା ସଚିବ ବେନ୍ ୱାଲେସ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ଏବଂ ସ୍କଟଲ୍ୟାଣ୍ଡର ପ୍ରଥମ ମନ୍ତ୍ରୀ ନିକୋଲା ଷ୍ଟୁର୍ଜନଙ୍କୁ ମଧ୍ୟ ଏହି ନିଷେଧ ତାଲିକାଭୂକ୍ତ କରିଛି ଋଷ ।

ଫେବୃଆରୀ 24ରେ ୟୁକ୍ରେନ ଆକ୍ରମଣ କରିଥିଲା ଋଷ ସେନା । ସେବେଠାରୁ ବିଶ୍ବ ସମୁୁଦାୟ ଋଷକୁ ନିନ୍ଦା କରିବା ସହ କିଛି ପଶ୍ଚିମ ରାଷ୍ଟ୍ର ୟୁକ୍ରେନକୁ ସମସ୍ତ ପ୍ରକାର ସହୟତା ଦେଇ ଆସୁଛନ୍ତି । ଏହି ଋଷ ବିରୋଧୀ ମିଳିତ ଅନ୍ତର୍ଜାତୀୟ ମଞ୍ଚର ଏକ ପ୍ରମୁଖ ସଦସ୍ୟ ରହିଆସିଛି ବ୍ରିଟେନ । ବିଭିନ୍ନ ୟୁରୋପୀୟ ଦେଶରେ ଥିବା ଋଷକୁ ସମ୍ପତ୍ତିକୁ ଫ୍ରିଜ କରିବା, ଭ୍ରମଣ ନିଷେଧ ଏବଂ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ କରି ଋଷର ଅର୍ଥବ୍ୟବସ୍ଥା ଦୁର୍ବଳ କରିବା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଋଷ ମଧ୍ୟ ଏଥିରେ ପଶ୍ଚିମ ରାଷ୍ଟ୍ରଙ୍କ ଉପରେ କିଛି କଟକଣା ଲଗାଇଛି । ପ୍ରଥମେ ଆମେରିକା କର୍ତ୍ତୃପକ୍ଷ ଓ ଏବେ ବ୍ରିଟେନକୁ ପ୍ରବେଶ ନିଷେଧ କରିଛି ଋଷ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details