ଓଡିଶା

odisha

ETV Bharat / bharat

ବ୍ରିଟେନ କୋର୍ଟରେ ବଢିଲା ନୀରବଙ୍କ ରିମାଣ୍ଡ ଅବଧି - Nirav Modi's remand till January 7

ବ୍ରିଟେନ କୋର୍ଟ ନୀରବଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି କରି ଜାନୁୟାରୀ 7 ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ ଆଗରେ 28 ଦିନିଆ ରିମାଣ୍ଡରେ ଶୁଣାଣି ପାଇଁ ଭିଡିଓ ଲିଙ୍କ ମାଧ୍ୟମରେ ହାଜର ହୋଇଥିଲେ ନୀରବ। ଅଧିକ ପଢନ୍ତୁ...

ବ୍ରିଟେନ କୋର୍ଟରେ ବଢିଲା ନୀରବଙ୍କ ରିମାଣ୍ଡ ଅବଧି
ବ୍ରିଟେନ କୋର୍ଟରେ ବଢିଲା ନୀରବଙ୍କ ରିମାଣ୍ଡ ଅବଧି

By

Published : Dec 30, 2020, 8:39 AM IST

ଲଣ୍ଡନ: ବଢିଲା ନୀରବ ମୋଦିଙ୍କ ରିମାଣ୍ଡ ଅବଧି। ବ୍ରିଟେନ କୋର୍ଟ ନୀରବଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି କରି ଜାନୁୟାରୀ 7 ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛନ୍ତି। 49 ବର୍ଷୀୟ ଏହି ପଳାତକ ହୀରା ବ୍ୟବସାୟୀ ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କା ଠକେଇରେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ନୀରବଙ୍କୁ ଗତ ବର୍ଷରୁ ଗିରଫ କରାଯାଇଥିଲା। ଲଣ୍ଡନର ସାଉଥ୍ ୱେଷ୍ଟ ଜେଲରେ ବନ୍ଦୀ ଥିବା ଏହି ହୀରା ବ୍ୟବସାୟୀଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ଅନୁରୋଧ କରିଆସୁଛି।

କୋରୋନା କାରଣରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ ଆଗରେ 28 ଦିନିଆ ରିମାଣ୍ଡରେ ଶୁଣାଣି ପାଇଁ ଭିଡିଓ ଲିଙ୍କ ମାଧ୍ୟମରେ ହାଜର ହୋଇଥିଲେ ନୀରବ। ପ୍ରତ୍ୟର୍ପଣ ମାମଲାର ଅନ୍ତିମ ଶୁଣାଣି ଆସନ୍ତା ଜାନୁଆରୀ 7 ଏବଂ 8 ରେ ଦୁଇ ଦିନ ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ଜଜ୍ ସାମୁଏଲ୍ ଗୋଜି କିଛି ସପ୍ତାହ ପରେ ତାଙ୍କ ରାୟ ଶୁଣାଇବା ପୂର୍ବରୁ ଉଭୟ ପକ୍ଷର ଶେଷ ଯୁକ୍ତି ଶୁଣିବାକୁ ସ୍ଥିର କରିଛନ୍ତି।

ନଭେମ୍ବରରେ ହୋଇଥିବା ଏହି ମାମଲାର ଶେଷ ପୂର୍ଣ୍ଣ ଶୁଣାଣିରେ ଜଜ୍ ଗୋଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ପ୍ରଦାନ କରାଯାଇଥିବା କେତେକ ସାକ୍ଷୀ ବିବୃତ୍ତିର ଗ୍ରହଣୀୟତା ବିରୁଦ୍ଧରେ ଯୁକ୍ତି ଶୁଣାଇଥିଲେ । ପଳାତକ ହୀରା ବ୍ୟବସାୟୀଙ୍କ ବିରୋଧରେ ଠକେଇ ଏବଂ ଅର୍ଥ ହେରଫେରର ମାମଲା ଗ୍ରହଣୀୟ ଅଟେ।

ABOUT THE AUTHOR

...view details