ଓଡିଶା

odisha

ETV Bharat / bharat

ଭାରତର ଚେତାବନୀ ପରେ ନୂଆ ଭ୍ୟାକ୍ସିନ ନୀତିକୁ ବ୍ରିଟେନର ମାନ୍ୟତା - UK revised travel policy

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ନିଜ ଯାତ୍ରା ନିୟମରେ ବ୍ରିଟେନ ପକ୍ଷରୁ ମାନ୍ୟତା ଦିଆଯାଇଛି । ହେଲେ ତଥାପି ଏବେ ଯେଉଁ ଯାତ୍ରୀ ବ୍ରିଟେନ ଯାତ୍ରା କରୁଛନ୍ତି, ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଅଧିକ ପଢନ୍ତୁ...

ଭାରତର ଚେତାବନୀ ପରେ ନୂଆ ଭ୍ୟାକ୍ସିନ ନୀତିକୁ ବ୍ରିଟେନର ମାନ୍ୟତା
ଭାରତର ଚେତାବନୀ ପରେ ନୂଆ ଭ୍ୟାକ୍ସିନ ନୀତିକୁ ବ୍ରିଟେନର ମାନ୍ୟତା

By

Published : Sep 22, 2021, 3:47 PM IST

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ନିଜ ଭ୍ୟାକ୍ସିନ ନୀତିରେ ପରିବର୍ତ୍ତନ ଆଣିଛି ବ୍ରିଟେନ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ନିଜ ଯାତ୍ରା ନିୟମରେ ବ୍ରିଟେନ ପକ୍ଷରୁ ମାନ୍ୟତା ଦିଆଯାଇଛି । ହେଲେ ତଥାପି ଏବେ ଯେଉଁ ଯାତ୍ରୀ ବ୍ରିଟେନ ଯାତ୍ରା କରୁଛନ୍ତି, ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ, କାରଣ ଭାରତର ଭ୍ୟାକ୍ସିନକୁ ବ୍ରିଟେନ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ଦେଇନାହିଁ । ଏହାପୂର୍ବରୁ ଭ୍ୟାକ୍ସିନ ନୀତିରେ ପରିବର୍ତ୍ତନ ଆଣିବାକୁ ବ୍ରିଟେନକୁ ଚେତାବନୀ ଦେଇଥିଲା ଭାରତ ।

ଭାରତର ଚେତାବନୀ ପରେ ନୂଆ ଭ୍ୟାକ୍ସିନ ନୀତିକୁ ବ୍ରିଟେନର ମାନ୍ୟତା

ଭ୍ୟାକ୍ସିନ ନିୟମକୁ ନେଇ ବ୍ରିଟେନର ନୂଆ ଗାଇଡଲାଇନରେ ଲେଖାଅଛି ଯେ ଆଷ୍ଟ୍ରାଜେନେକା କୋଭିସିଲ୍ଡ, ମଡର୍ଣ୍ଣାର ଫର୍ମ୍ୟୁଲେସନକୁ ମାନ୍ୟତା ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଯେ କୋଭିସିଲ୍ଡର ଦୁଇଟିଯାକ ଡୋଜ୍‌ ନେଇଥିବା ଯାତ୍ରୀଙ୍କୁ ଏବେ ବି ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ଟିକା ନୀତି ବିଷୟରେ ଭାରତ ବ୍ରିଟେନକୁ ଚେତାବନୀ ଦେଇଥିଲା। ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଥିଲେ, ଯଦି ଅକ୍ଟୋବର 4ସୁଦ୍ଧା ଭାରତର ସମସ୍ୟାର ସମାଧାନ ନହୁଏ, ତେବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ନିଆଯିବ। ବ୍ରିଟେନର ଏହି ନୀତିକୁ ଭେଦଭାବ ବୋଲି କହିଥିଲେ ବୈଦେଶିକ ସଚିବ ।

ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହାର କୋଭିଡ ଟିକାକୁ ନେଇ ସ୍ଥିର ହୋଇଥିବା ନିୟମ ସମୀକ୍ଷା କରିବାକୁ ବ୍ରିଟେନ ସରକାରଙ୍କ ଉପରେ ଚାପ ବଢୁଥିଲା। ବ୍ରିଟେନରେ ଥିବା ନ୍ୟାସନାଲ୍ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଏବଂ ଆଲୁମିନି ୟୁନିଅନ୍ (AISAU) ର ସଭାପତି, ଭାରତୀୟ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରି ଏହାକୁ ଭେଦଭାବପୂର୍ଣ୍ଣ ପଦକ୍ଷେପ ବୋଲି ଅନୁଭବ କରୁଛନ୍ତି ।

ABOUT THE AUTHOR

...view details