ଭୋପାଳ:ଦିନକୁ ଦିନ ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଭକ୍ତଙ୍କ ତୁଳନାରେ ମନ୍ଦିରରେ ଦାନ ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୦୨୧ ମସିହାରୁ ୨୦୨୨ ମସିହାରେ ଦାନ ରାଶି ୨ ଗୁଣରୁ ଅଧିକା ସଂଗ୍ରହ କରାଯାଇଛି । ୨୦୨୧ ମସିହାରେ ସମୁଦାୟ 22 କୋଟି 13 ଲକ୍ଷ ଦାନ ରାଶି ସଂଗ୍ରହ କରାଯାଇଥିବା ବେଳେ ୨୦୨୨ରେ 46 କୋଟି 51 ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି ।
ଦାନରୁ ଆୟ ବୃଦ୍ଧି:ପ୍ରତିଦିନ ମହାକାଳଙ୍କ ଦର୍ଶନ ପାଇବା ପାଇଁ ୬୦ରୁ ୭୦ ହଜାର ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । ଗତ ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର, ରବିବାର ଏବଂ ସୋମବାର ଦିନ ମନ୍ଦିରରେ ଅଧିକ ପରିମାଣରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଜାନୁଆରୀ ୭ରୁ ୯ ତାରିଖ ମଧ୍ୟରେ ସମୁଦାୟ ୭୮ ଲକ୍ଷ ୬୬ ହଜାର ଟଙ୍କା ଦାନ ରାଶି ସଂଗୃହିତ କରାଯାଇଛି । ସେହିପରି ଡିସେମ୍ବର 31ରୁ ଜାନୁୟାରୀ 2 ପର୍ଯ୍ୟନ୍ତ ପ୍ରସାଦରୁ ସର୍ବାଧିକ ଆୟ 2କୋଟି 58 ଲକ୍ଷ ସଂଗ୍ରହ ହୋଇଛି । ଡିସେମ୍ବର ଏବଂ ଜାନୁୟାରୀ ମାସରେ ମୋଟ ଆୟ 2 କୋଟି 73 ଲକ୍ଷରୁ ଅଧିକ ଏବଂ ପ୍ରସାଦରୁ ମୋଟ ଆୟ 4 କୋଟି 60 ଲକ୍ଷରୁ ଅଧିକ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Siddique Kappan Release: ଦୁଇ ବର୍ଷ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦିକି କପ୍ପାନ