ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ବନ୍ଦ ହେଲା UGC-NET ପରୀକ୍ଷା । ବାତ୍ୟା ଜୱାଦର ପ୍ରଭାବକୁ ଦେଖି ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା UGC-NET ପରୀକ୍ଷାକୁ ବନ୍ଦ କରାଯାଇଛି । ଏନେଇ ଜାତୀୟ ଟେଷ୍ଟିଂ ସଂସ୍ଥା (National Testing Agency ) ପକ୍ଷରୁ ସୂଚନା ଦିଆଯଆଇଛି ।
ଆସନ୍ତା ଡିସେମ୍ବର ୩ ଓ ୪ ତାରିଖରେ ଭାରତର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି UGC-NET ପରୀକ୍ଷା (Universal Grant Commission- National Eligibility test) । ଏହି ସର୍ବଭାରତୀୟ ପରୀକ୍ଷାରେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅନୁଷ୍ଠିତ ହେବାକୁ ଡିସେମ୍ବର ୩ ଓ ୪ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସାମୁଦ୍ରିକ ବାତ୍ୟା ଜୱାଦକୁ ନଜରରେ ରଖି ଏହାକୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ବୋଲି ଜାତୀୟ ଟେଷ୍ଟିଂ ସଂସ୍ଥା ପକ୍ଷରୁ କୁହାଯାଇଛି ।