ଓଡିଶା

odisha

ETV Bharat / bharat

ଆସନ୍ତା ଜୁନରେ UGC-NET ପରୀକ୍ଷା - ଜୁନରେ ୟୁଜିସି-ନେଟ ପରୀକ୍ଷା

ଚଳିତ ବର୍ଷ ଜୁନ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ ୟୁଜିସି-ନେଟ ପରୀକ୍ଷା । ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର । ଅଧିକ ପଢନ୍ତୁ

ଆସନ୍ତା ଜୁନରେ UGC-NET ପରୀକ୍ଷା
ଆସନ୍ତା ଜୁନରେ UGC-NET ପରୀକ୍ଷା

By

Published : Apr 11, 2022, 7:04 AM IST

ନୂଆଦିଲ୍ଲୀ:ଆସନ୍ତା ଜୁନ ମାସରେ ହେବ ୟୁଜିସି-ନେଟ ପରୀକ୍ଷା (Universal Grant Commission- National Eligibility test) । ଚଳିତ ବର୍ଷ ଜୁନ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ହେବ । ଏନେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ଗତକାଲି (ରବିବାର) ସୂଚନା ଦେଇଛନ୍ତି ।

୨୦୨୧ ଡିସେମ୍ବର ଟର୍ମ ଓ ଚଳିତ ବର୍ଷର ଜୁନ୍ ଟର୍ମକୁ ମିଶାଇ ଦୁଇଟି ଟର୍ମର ପ୍ରବେଶିକା ପରୀକ୍ଷା ଏକା ସାଙ୍ଗରେ କରାଯିବ । ତେବେ ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ NTA (National Testing Agency) ତରଫରୁ ପରୀକ୍ଷା ତାରିଖ ନେଇ ସବିଶେଷ ସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଟ୍ବିଟ କରି କହିଛନ୍ତି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ।

@ANI

ABOUT THE AUTHOR

...view details