ଓଡିଶା

odisha

By

Published : Aug 14, 2022, 10:46 PM IST

ETV Bharat / bharat

CUET ସହ ମିଶିବ ନିଟ୍ ଓ ଜେଇଇ, ଜାଣନ୍ତୁ ଏନେଇ କଣ କହୁଛନ୍ତି ୟୁଜିସି ଅଧ୍ୟକ୍ଷ

CUET ସହ ମିଶିବ ନିଟ୍ ଓ ଜେଇଇ । ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଅଲଗା ଅଲଗା ପ୍ରବେଶିକା ପରୀକ୍ଷା ଏକାଠି ହେବ । ତେବେ ଏ ସମ୍ପର୍କରେ ଇଟିଭି ଭାରତ ସହ ଅଧିକ ଆଲୋଚନା କରିଛନ୍ତି ୟୁଜିସି ଅଧ୍ୟକ୍ଷ । ଅଧିକ ପଢ଼ନ୍ତୁ

CUET ସହ ମିଶିବ ନିଟ୍ ଓ ଜେଇଇ, ଜାଣନ୍ତୁ ଏନେଇ କଣ କହୁଛନ୍ତି ୟୁଜିସି ଅଧ୍ୟକ୍ଷ
CUET ସହ ମିଶିବ ନିଟ୍ ଓ ଜେଇଇ, ଜାଣନ୍ତୁ ଏନେଇ କଣ କହୁଛନ୍ତି ୟୁଜିସି ଅଧ୍ୟକ୍ଷ

ନୂଆଦିଲ୍ଲୀ:ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଅଲଗା ଅଲଗା ପ୍ରବେଶିକା ପରୀକ୍ଷାକୁ ଏକାଠି କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(UGC) ଯୋଜନା କରୁଛି । ଆଗାମୀ ଦିନରେ ନିଟ୍(NEET) ଓ ଜେଇଇ(JEE)କୁ ଏକକ ୟୁଜି ପ୍ରବେଶିକା ପରୀକ୍ଷା (CUET) ସହ ମିଶ୍ରଣ କରାଯାଇ ଏକତ୍ର ପରୀକ୍ଷା କରାଯିବ । ଚଳିତ ବର୍ଷ CUET ଲଞ୍ଚ କରାଯାଇଛି । ଏହି ପ୍ରବେଶିକା ପରୀକ୍ଷା ପାଇଁ ଏକ ମିଲିୟନରୁ ଅଧିକ ଆବେଦନ ଗ୍ରହଣ ହୋଇସାରିଛି । ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାକୁ CUET ପରିସରଭୁକ୍ତ କରିବା ନେବା ନେଇ ବର୍ତ୍ତମାନ ବିଶେଷଜ୍ଞମାନେ ବିଚାର ବିମର୍ଷ ଚଳାଇଛନ୍ତି । ଖୁବଶୀଘ୍ର ଏହି ନୂଆ ନୀତି ପ୍ରଣୟନ ପାଇଁ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯିବ । ତେବେ ନିଟ୍, ଜେଇଇ ମେନ ଓ ସିୟୁଇଟି ମିଶ୍ରଣ ପ୍ରସଙ୍ଗରେ ଇଟିଭି ଭାରତ ସହ ଏକ ସାକ୍ଷାତକାରରେ ଅଧିକ ଆଲୋଚନା କରିଛନ୍ତି ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର(M. Jagadishkumar) ।

ୟୁଜିସି ମୁଖ୍ୟ କହିଛନ୍ତି, ''ଯଦି ଏହି ତିନୋଟି ଅଲଗା ଅଲଗା ପରୀକ୍ଷାକୁ ଏକତ୍ର କରାଯିବ ତେବେ, ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ଅଧିକ କୁଶଳତାର ସହ ଏହାକୁ ସଞ୍ଚାଳନ କରିବ । ଏହି ପରୀକ୍ଷାରେ ପ୍ରାପ୍ତ ମାର୍କ ଭିତ୍ତିରେ ପରୀକ୍ଷାର୍ଥୀ ନିଜ ପସନ୍ଦର କୋର୍ସ ଚୟନ କରିପାରିବେ । ସେଥିପାଇଁ ଆମେ ଏହି ନୂଆ ନୀତି ଆଣିବାକୁ ଯାଉଛୁ । ବର୍ତ୍ତମାନ ନିଟ୍ ଛାତ୍ରଛାତ୍ରୀ ପଦାର୍ଥ ବିଜ୍ଞାନ(Physics), ରସାୟନ ବିଜ୍ଞାନ(Chemistry), ଜୀବ ବିଜ୍ଞାନ(Biology) ପେପର ପରୀକ୍ଷା ଦେଉଛନ୍ତି । ଜେଇଇ ପରିକ୍ଷାର୍ଥୀ ଗଣିତ, ପଦାର୍ଥ ବିଜ୍ଞାନଏବଂ ରସାୟନ ବିଜ୍ଞାନକୁ ଫୋକସ କରୁଛନ୍ତି । ସିୟୁଇଟିରେ ଏହିସବୁ ବିଷୟ ସହ ୬୧ଟି ଅଲଗା ବିଷୟ ମଧ୍ୟ ସାମିଲ ରହିଛି । ଏକାଧିକ ପରୀକ୍ଷା ଦ୍ବାରା ଦ୍ବାରା ପିଲାମାନେ ମାନସିକ ଚାପରେ ରହୁଛନ୍ତି । ଯଦି କେବଳ ସିଇୟୁଟି ପରୀକ୍ଷା କରାଯିବ ତେବେ ପିଲାମାନଙ୍କ ପାଇଁ ଅଧିକ ସହଜ ହେବ ।''

ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ କଲେଜଗୁଡିକ ପରୀକ୍ଷାର୍ଥୀଙ୍କ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ମାର୍କକୁ ବିଚାରକୁ ନେବେ । ଯେଉଁ ପିଲାମାନେ ଇଞ୍ଜିନିୟରିଂ ଓ ମେଡିକାଲରେ ସିଟ୍ ପାଇବେ ନାହିଁ, ସେମାନେ ନିଜ ମାର୍କ ସହ ଅନ୍ୟ ସାଧାରଣ ବିଶ୍ବବିଦ୍ୟାଳୟରେ ପସନ୍ଦର ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରିବେ ।

ABOUT THE AUTHOR

...view details