ଓଡିଶା

odisha

ETV Bharat / bharat

Maharashtra Politics: ପୁଣି ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ - ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ

ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବେସନା ମୁଖ୍ୟ ଉଦ୍ଧବ ଠାକରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Maharashtra Politics: ପୁଣି ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ
Maharashtra Politics: ପୁଣି ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ

By

Published : Jul 8, 2022, 3:22 PM IST

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି। ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବେସନା ମୁଖ୍ୟ ଉଦ୍ଧବ ଠାକରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏକନାଥ ସିନ୍ଦେଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟଳୟ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ ଠାକରେ। ପୁଣି ଥରେ ସଖ୍ୟାଗରିଷ୍ଠତା ପରୀକ୍ଷା ପାଇଁ କୋର୍ଟ କବାଟ ବାଡେଇଛନ୍ତି ଶିବେସନା ମୁଖ୍ୟ ।

ଖାଲି ସେତିକି ନୁହେଁ, ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ, ବାଚସ୍ପତି ନିର୍ବାଚନ ବିରୋଧରେ କୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଠାକରେ। ବିଦ୍ରୋହୀ ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି 40ରୁ ଅଧିକ ସେନା ବିଧାୟକ ବିଦ୍ରୋହ କରିଛନ୍ତି। ଦଳର ସଂଖ୍ୟାଗରିଷ୍ଠତା ଥିଲା । ରାଜ୍ୟପାଳ ଭାଗତ ସିଂହ କୋଶାୟାରୀ ସରକାର ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାମଲା ଯେତେବେଳେ ବିଚାରଧୀନ ଥିଲା ରାଜ୍ୟପାଳ ସରକାର ଗଠନ ପାଇଁ ଦିଆଯାଇଥିବା ଗ୍ରୀନ ସିଗନାଲ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି କରିବାକୁ କହିଥିଲେ । କୋର୍ଟ ଏହାକୁ ଖାରଜ କରିଥିଲେ । ଏହା ସହିତ ଆସନ୍ତା ଜୁଲାଇ 11 ଯାଏଁ କୌଣସି ଶୁଣାଣି ହେବ ନାହିଁ ବୋଲି କହି ଶିବସେନାଙ୍କୁ ଭର୍ସନା କରିଥିଲେ ।

ପ୍ରକାଶଥାଉ କି, ଜୁଲାଇ 4 ତାରିଖରେ ସିନ୍ଦେ ଗୋଷ୍ଠୀ ଦ୍ବାରା ମନୋନୀତ ହୋଇଥିବା ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ନବନିର୍ବାଚିତ ବାଚସ୍ପତି ସ୍ବୀକାର କରିବା ପରେ ଏହାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଭି ପିଟିସନ ଦାଖଲ କରିଥିବା ବେଳେ ମାମଲାର ତ୍ବରିତ ଶୁଣାଣି ପାଇଁ କୋର୍ଟରେ ନିବେଦନ କରିଥିଲେ । ଚଳିତ ଜୁଲାଇ 11 ତାରିଖରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ରାଜି ହୋଇଥିବା ଜଣାପଡିଥିଲା । ତେବେ ଆସନ୍ତା ସୋମବାର(ଜୁଲାଇ ୧୧ତାରିଖରେ) ଦିନ କୋର୍ଟ ଏନେଇ କି ରାୟ ଦେବେ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି ।

ସେପଟେ ମହାରାଷ୍ଟ୍ରର 20 ତମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ବ ନେଇଛନ୍ତି ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ସିନ୍ଦେ ଖୁବଶୀଘ୍ର ନିଜ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବେ ।

ABOUT THE AUTHOR

...view details