ଓଡିଶା

odisha

ETV Bharat / bharat

ଉଦ୍ଧବଙ୍କୁ ଭେଟିଲେ ବେଣୁଗୋପାଲ, ମୁଦ୍ଦା 2024 ସାଧାରଣ ନିର୍ବାଚନ - ଜାତୀୟ କଂଗ୍ରେସ

ଉଦ୍ଧବ ଠାକରେଙ୍କୁ ଭେଟିଲେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ । ମୁଦ୍ଦା 2024 ସାଧାରଣ ନିର୍ବାଚନ । ଅଧିକ ପଢନ୍ତୁ

ଉଦ୍ଦଭଙ୍କୁ ଭେଟିଲେ ବେଣୁ ଗୋପାଲ, ମୁଦ୍ଦା 2024 ସାଧାରଣ ନିର୍ବାଚନ
ଉଦ୍ଦଭଙ୍କୁ ଭେଟିଲେ ବେଣୁ ଗୋପାଲ, ମୁଦ୍ଦା 2024 ସାଧାରଣ ନିର୍ବାଚନ

By

Published : Apr 18, 2023, 7:22 AM IST

ମୁମ୍ବାଇ:କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଆଜି (ସୋମବାର) ମୁମ୍ବାଇରେ ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି । ଉଦ୍ଧବଙ୍କ ବାସଭବନ ମାତୋଶ୍ରୀରେ ଏହି ସାକ୍ଷାତକାର ହୋଇଥିଲା । ଏଥିରେ ଦଳର ଅନ୍ୟତମ ବରିଷ୍ଠ ନେତା ଉଦ୍ଧବଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତକାରର ଓ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଭାବେ 2024ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ନେଇ ବିଚାର ବିମର୍ଶ ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ଆଲୋଚନା ସମ୍ପର୍କରେ ବେଣୁଗୋପାଲ କହିଛନ୍ତି,‘‘ମୁଁ ଦଳ ନିର୍ଦ୍ଦେଶରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ନେଇ ଉଦ୍ଧବ ଠାକରେଙ୍କ ସହ ଆଲୋଚନ କରିବାକୁ ଆସିଥିଲି । ଏହି ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ ଯେ, ଦେଶ ଏବଂ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଉଦ୍ଧବଜୀ ଗଣତାନ୍ତ୍ରିକ ବିରୋଧୀ ଶକ୍ତି ବିରୁଦ୍ଧରେ ନିଜ ଲଢେଇ ଜାରି ରଖିଛନ୍ତି ।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଦ୍ୱାରା ଗଣତନ୍ତ୍ର ସଂପୂର୍ଣ୍ଣ ଭାବେ ଶେଷ ହେବାକୁ ବସିଲାଣି । କେନ୍ଦ୍ରୀୟ ସଂସ୍ଥାର ରାଜ୍ୟନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର ହେଉଛି । ଉଦ୍ଧବଜୀ ଏବଂ ଅନ୍ୟ ବିରୋଧୀ ରାଜନୈତିକ ଦଳକୁ ଟାର୍ଗେଟ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ବ୍ୟବହାର କରାଯାଉଛି । ଏହି ଆଲୋଚନା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଉପରେ ଏକାଧିକ ଅଭିଯୋଗ କରିଥିଲେ ।

ପୂର୍ବରୁ ଏହି ସମାନ ମୁଦ୍ଦାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କଂଗ୍ରେସ ଶିବିରରେ ପହଞ୍ଚିଥିଲେ । ଦଳ ମୁଖ୍ୟ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ସହ ନୀତିଶଙ୍କ ଟିମ ଆଲୋଚନା କରିବା ପରେ ଏନସିପି ନେତା ଶରଦ ପାଓ୍ବାରଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ନୀତିଶଙ୍କ ଆଲୋଚନାକୁ ଐତିହାସିକ ଦର୍ଶାଇଥିଲେ ରାହୁଲ । କହିଥିଲେ ବିଚାରଧାରାର ଲଢେଇରେ ଏହା ହେଉଛି ବିରୋଧୀ ଏକତା । କେବଳ ନୀତିଶ କୁମାର କିମ୍ବା କଂଗ୍ରେସ ନୁହେଁ, ତୃଣମୂଳ କଂଗ୍ରେସ ସୁପ୍ରିମୋ ତତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେସିଆର ପ୍ରମୁଖ ମଧ୍ୟ ବିରୋଧୀ ଏକତା କହି ବିଜେପି ବିରୋଧୀ ଶକ୍ତିର ଐକୀକରଣ ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ 2024 ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏହି ମେଳି କି ରୂପରେଖ ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details