ଓଡିଶା

odisha

ETV Bharat / bharat

Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡର ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା

କହ୍ନେୟାଲାଲ୍‌ଙ୍କ ଶରୀରରେ ଥରେ କି ଦୁଇ ଥର ନୁହେଁ ୨୬ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତଙ୍କ ପାକିସ୍ତାନ ସହ ଲିଙ୍କ୍‌ ଥିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା
Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା

By

Published : Jun 29, 2022, 4:38 PM IST

Updated : Jun 29, 2022, 5:05 PM IST

ଜୟପୁର:ଉଦୟପୁର ହତ୍ୟାକାଣ୍ଡର ଶିକାର କହ୍ନେୟାଲାଲ୍‌ଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଯେକୌଣସି ବ୍ୟକ୍ତିଙ୍କୁ ଆନ୍ଦୋଳିତ କରିବ । କାରଣ କହ୍ନେୟାଲାଲ୍‌ଙ୍କ ଶରୀରରେ ଥରେ କି ଦୁଇ ଥର ନୁହେଁ ୨୬ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତଙ୍କ ପାକିସ୍ତାନ ସହ ଲିଙ୍କ୍‌ ଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କହ୍ନେୟାଲାଲ୍‌ଙ୍କ ବେକରେ କେବଳ ୮ରୁ ୧୦ କଟା ଚିହ୍ନ ରହିଥିଲା । ଶରୀରର ବାକି ଅଂଶରେ ମଧ୍ୟରେ କଟା ଚିହ୍ନ ଦେଖା ଯାଇଥିଲା । ଅତ୍ୟଧିକ ରକ୍ତ ବୋହିଯିବାରୁ ତାଙ୍କ ମୃତ୍ୟୁ ହୋଇଛି । ଉଦୟପୁରର ୩ ଜଣିଆ ଡାକ୍ତରୀ ଦଳ କହ୍ନେୟାଲାଲ୍‌ଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିଲେ । ଏହାପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସ୍ବାମୀଙ୍କ ପାର୍ଥିବ ଶରୀର ଦେଖି ପତ୍ନୀଙ୍କ ବୁକୁଫଟା ଚିତ୍କାର

ସେପଟେ କହ୍ନେୟାଲାଲ୍‌ଙ୍କ ଶେଷ ଯାତ୍ରା ବେଳେ ତାଙ୍କ ପତ୍ନୀ ବୁକୁଫଟା କାନ୍ଦ ଚିତ୍କାର ପ୍ରତ୍ୟେକଙ୍କ ଆଖିଲେ ଲୁହ ଆଣିଦେଇଥିଲେ । ଅନ୍ତିମ ସଂସ୍କାର ବେଳେ ପ୍ରବଳ ଲୋକେ ଏଥିରେ ସାମିଲ ଥିଲେ । ଶେଷଯାତ୍ରା ବେଳେ କହ୍ନେୟା ଅମର ରହେ ନାରା ମଧ୍ୟ ଲାଗିଥିଲା । ସୁରକ୍ଷା ଦୃଷ୍ଟିରୁ କହ୍ନେୟାଙ୍କ ଅନ୍ତିମ ଯାତ୍ରା ଉପରେ ନଜର ରଖିଥିଲା ପୋଲିସ ପ୍ରଶାସନ । ଗତ ୧୦, ୧୫ ଦିନ ହେଲା କହ୍ନେୟାଲାଲ୍‌ଙ୍କୁ କ୍ରମାଗତ ଭାବରେ ଧମକ ମିଳୁଥିଲା । ପ୍ରତ୍ୟେକ ଦିନ ମାରିବାକୁ ହାଣି ଦେବାକୁ ଅଜଣା ବ୍ୟକ୍ତି ଫୋନ୍‌ କରୁଥିଲେ । ଅଧିକାଂଶ ଧମକ ଦେବାକୁ ଦୋକାନକୁ ଆସୁଥିଲେ । ଥରେ ଜଣେ ଦମ୍ପତି ମଧ୍ୟ ଆସି ଜୀବନରୁ ମାରି ଦେବାକୁ ଧମକ ଦେଇ ଯାଇଥିଲେ । ଏହାକୁ ନେଇ କହ୍ନେୟାଲାଲ୍‌ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଫାଶୀ ଦେବାକୁ ସମ୍ପର୍କୀୟଙ୍କ ଦାବି

କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ କଡ଼଼ା ଦଣ୍ଡ ଦେବାକୁ ପରିବାର ଓ ସମ୍ପର୍କୀୟ ଦାବି କରିଛନ୍ତି । ଘରେ କେବଳ ଜଣେ ରୋଜଗାରିଆ ଥିଲେ କହ୍ନେୟାଲାଲ୍‌ । ପରିବାରର ତାଙ୍କ ପତ୍ନୀଙ୍କ ଭଉଣୀ, ପିଲା, ମାଆ ଅଛନ୍ତି । ଗତ ୧୦ ବର୍ଷ ହେଲା ମଣ୍ଡି ଥାନା ଅଞ୍ଚଳରେ ଦୋକାନ ଚଳାଉଥିଲେ କହ୍ନେୟାଲାଲ୍‌ । ତାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି ହୋଇଛି, ଯାହାଦ୍ବାରା ଯେ କେହି ବି ଏଭଳି ଜଘନ୍ୟକାଣ୍ଡ କରିବା ପୂର୍ବରୁ ଦୁଇଥର ଭାବିବ ।

କହ୍ନେୟାଲାଲ୍‌ଙ୍କ ହତ୍ୟାକାଣ୍ଡକୁ ନେଇ ଅପଡେଟ୍‌ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହି ଜଘନ୍ୟ ହତ୍ୟାକାଣ୍ଡ ନେଇ ମାମଲା ରୁଜୁ କରିଛି NIA(National Inteligence Agency) । ଏହି ଘଟଣାର ତଦନ୍ତ ଏଣିକି NIA କରିବ । NIAକୁ ତଦନ୍ତ ନେଇ ସମସ୍ତ ସହଯୋଗ କରିବ ATS ।

ପାକିସ୍ତାନ ସହ ଅଭିଯୁକ୍ତଙ୍କ ଲିଙ୍କ୍‌

UAPA ଆଧାରରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାକୁ ଆତଙ୍କୀ ଆକ୍ରମଣ ଭାବରେ ଯାଞ୍ଚ କରାଯାଇଛି । ତେବେ ପୋଲିସ ପ୍ରଶାସନକୁ ସମସ୍ତ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବାକୁ ଆଲର୍ଟ କରାଯାଇଛି । ଏହାକୁ ନେଇ ରାଜସ୍ଥାନ ଡିଜିପି ସୂଚନା ଦେଇଛନ୍ତି ।

ସମସ୍ତ ଛାନଭିନ ମଧ୍ୟରେ ଆଉ ଏକ ଗୁରୁତର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଦୁଇ ଅଭିଯୁକ୍ତଙ୍କ ଲିଙ୍କ୍‌ ଅନ୍ୟ ଦେଶ ସହିତ ଥିବା ଜଣାପଡ଼ିଛି । ଦେଶରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଛନ୍ତି ଅଭିଯୁକ୍ତ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଗଠିତ SIT ଯାଞ୍ଚରେ ଏହା ଜଣା ପଡ଼ିଛି । ଏହାକୁ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ପୋଲିସ କର୍ମୀଙ୍କୁ ପ୍ରମୋସନ

ସେପଟେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ୫ ଜଣ ପୋଲିସ କର୍ମୀଙ୍କ ପ୍ରମୋସନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ପୋଲିସ କର୍ମୀଙ୍କୁ ଆଉଟ ଅଫ୍‌ ଟର୍ମ ପ୍ରମୋସନ ଦିଆଯିବ ।

Last Updated : Jun 29, 2022, 5:05 PM IST

ABOUT THE AUTHOR

...view details