ନୂଆଦିଲ୍ଲୀ:ସମ୍ପ୍ରତି ସହର ମାନଙ୍କରେ କୌଣସି ସ୍ଥାନକୁ ଯିବା ପାଇଁ ଆମେ ଅନଲାଇନ କ୍ୟାବ ସେବାକୁ ଆପଣାଉଛେ । ଏହାରି ମଧ୍ୟରେ uber ସେବାଠୁ ଆରମ୍ଭ କରି ଅନେକ ସଂସ୍ଥା ସେବା ଅନ୍ତର୍ଭୁକ୍ତ । ହେଲେ ଏଠାରେ Uber ସେବାକୁ ନେଇ ଏକ ଘଟଣାଦୃଷ୍ଟି ଆକର୍ଷଣ କରିଛି । ଜଣେ ଯାତ୍ରୀଙ୍କୁ ସେବା ଯୋଗାଇବା ଲାଗି କର୍ମଚାରୀଙ୍କ ବଦଳରେ ପହଞ୍ଚିଛନ୍ତି ଖୋଦ୍ UBER CEO ପ୍ରଭଜିତ ସିଂ । ଏହି ଘଟଣାଟି ସାମନାକୁ ଆସିବା ପରେ ନେଟିଜେନ୍ସଙ୍କ ହୃଦୟ ଜିତିଛନ୍ତି ପ୍ରଭଜିତ ।
ଯାତ୍ରୀ ଅନନ୍ୟା ଦ୍ବିବେଦୀ ପ୍ରତିଦିନ ପରେ UBER କ୍ୟାବ୍ ବୁକ୍ କରିଥିଲେ । ହେଲେ ଏଠାରେ ତାଙ୍କ ଡ୍ରାଇଭର ସାଜି ପହଞ୍ଚିଥିଲେ ପ୍ରଭଜିତ । ତେବେ ଏହି ଘଟଣାକୁ ଅନନ୍ୟା LinkedInରେ ସେୟାର କରି ଲେଖିଛନ୍ତି ଯେ ଯେତେବେଳେ ସେ ଅଫିସରୁ କାମ ସାରି ଘରକୁ ଯିବା ଲାଗି କ୍ୟାବ୍ ବୁକ୍ କରିଥିଲେ ସେତେବେଳେ ସେ ଆଚମ୍ବିତ ହୋଇଥିଲେ । ଡ୍ରାଇଭର ଜଣକ UBER CEO ବୋଲି ସେ ସନ୍ଦେହ କରିଥିଲେ । ଏହାପରେ ସେ ତାଙ୍କ ନାଁ ଗୁଗଲ୍ରେ ସର୍ଚ୍ଚ କରି ଫେସ ମ୍ୟାଚ୍ କରିଥିଲେ ।