ଓଡିଶା

odisha

ETV Bharat / bharat

ସୁରଟରେ ତ୍ରିପଲ ମର୍ଡର: ଚାକିରିରୁ ବିଦା ହେବାରୁ ତିନି ଜଣଙ୍କୁ ହତ୍ୟା କଲେ ଦୁଇ ଓଡିଆ ଯୁବକ

ଗୁଜୁରାଟର ସୁରଟରେ ତ୍ରିପଲ ମର୍ଡର । କମ୍ପାନୀରୁ ଛଟେଇ କରିବାରୁ ଏକା ସାଙ୍ଗରେ ତିନି ଜଣଙ୍କୁ ହତ୍ୟା କଲେ ଦୁଇ ଓଡିଆ ଶ୍ରମିକ । ଅଧିକ ପଢନ୍ତୁ

Triple Murder in Surat
Triple Murder in Surat

By

Published : Dec 26, 2022, 12:52 PM IST

ଗାନ୍ଧୀନଗର: ଟଙ୍କା ରୋଜଗାର ଆଶାରେ ଓଡିଶାରୁ ସୁରଟ ଯାଇଥିଲେ । କିନ୍ତୁ ବନିଗଲେ ହତ୍ୟାକାରୀ । କମ୍ପାନୀରୁ ଛଟେଇ ହେବାରୁ ମାଲିକଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁଇ ଓଡିଆ ଶ୍ରମିକ । ଏଥିସହ ମାଲିକଙ୍କ ପରିବାରର ୨ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ସୂଚନା ମିଳିଛି(two youth of Odisha murder textile factory owner his two family members) । ସୁରଟର ଆମ୍ରୋଲି ଅଞ୍ଚଳରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ଏନେଇ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ କାବୁ କରି ପଚରାଉଚରା କରୁଛି । ଦୁଇଜଣ ଓଡିଶାର ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ସୁରଟରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଞ୍ଜଳି ଇଣ୍ଡଷ୍ଟ୍ରିଜ୍‌ ଅଞ୍ଚଳରେ ଥିବା ଏକ କପଡା କାରଖାନାର ମାଲିକ ଦୁଇ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଏହାପରେ ଦୁଇ କର୍ମଚାରୀ କାରଖାନାର ମାଲିକଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ବର୍ତ୍ତମାନ ପୋଲିସ ହେପାଜତରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଛନ୍ତି ।

''ସୁରଟର ଡେପୁଟି ପୋଲିସ କମିଶନର ହର୍ଷଦ ମେହେଟ୍ଟା ଗଣମାଧ୍ୟମକୁ କହିଛନ୍ତି ଯେ,''ସହରର ଆମ୍ରୋଲି ଅଞ୍ଚଳରେ କଲପେସ ଡୋଲକିଆ ବେଦାନ୍ତ ଟେକ୍ସୋ ନାମକ ଏକ ଏମ୍ବ୍ରୋଡେରୀ କାରଖାନାରେ ଦୁଇ ଜଣ ଶ୍ରମିକ ଛଟେଇ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଓଡିଶା ଯୁବକ ସହଯୋଗୀଙ୍କ ସହ ଆସି କମ୍ପାନୀ ମାଲିକ କଲ୍‌ପେ୍ସ ଢୋଲକିଆଙ୍କ ସହ ବଚସା କରିଥିଲେ । ଧୀରେଧୀରେ ଏହି ବଚସା ଉଗ୍ର ରୂପ ନେଇଥିଲା । ଫଳରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ କମ୍ପାନୀ ମାଲିକଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ସେଠାରେ ଥିବା କଲ୍‌ପେ୍‌ସ ଡୋଲକିଆଙ୍କ ବାପା ଓ ଦାଦାଙ୍କୁ ମଧ୍ୟ ଦୁଇ ଯୁବକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ତିନି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଦୁଇ ଜଣ ଯୁବକ ଶନିବାର ରାତିରେ କାମରେ କିଛି ତୃଟି କରିବାରୁ କମ୍ପାନୀର କ୍ଷତି ହୋଇଥିଲା । ଫଳରେ କମ୍ପାନୀ ମାଲିକ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିଲେ । କିନ୍ତୁ ତାଙ୍କ କାର୍ଯ୍ୟ ଶେଷ ହେବା ପୂର୍ବରୁ ତାଙ୍କୁ ସମସ୍ତ ଦେୟ ପ୍ରଦାନ କରାଯାଇଥିଲା ।'' ତେବେ ଚାକିରି କରିବା ପାଇଁ ସୁରଟ ଆସୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଇବାକୁ ବିଜେପି ବିଧାୟକ କୁମାର କାନନି ଦାବି କରିଛନ୍ତି । ସାଉଥ ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଦୀନେଶ ନାଭାଡିଆ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ABOUT THE AUTHOR

...view details