ପାଟନା: ରିଲ୍ସ କରିବା ପଡ଼ିଲା ମହଙ୍ଗା । ରେଳଟ୍ରାକ୍ରେ ଗଲା ଦୁଇ ସାଙ୍ଗଙ୍କ ଜୀବନ । ବିହାରର ଖଗାଡିଆରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାନସୀ-ସହରସା ରେଳ ଲାଇନରେ ୩ ଜଣ ସାଙ୍ଗ ରିଲ୍ସ କରୁଥିଲେ । ଏହି ସମୟରେ ଏକ ଟ୍ରେନ୍ 2 ବନ୍ଧୁଙ୍କୁ ଧକ୍କା ଦେଇଥିଲା । ତେବେ ଟ୍ରେନ୍ ଧକ୍କା ଦେବା ପୂର୍ବରୁ ଜଣେ ଯୁବକ ନଦୀକୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲା । ଘଟଣାକୁ ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କ ମୃତଦେହକୁ ପୋଷ୍ଟୋର୍ଟମ ପାଇଁ ପଠାଇଥିଲା । ତୃତୀୟ ଯୁବକକୁ ଗୁରୁତର ଅବସ୍ଥାରେ ମେଡିକାଲର ଭର୍ତ୍ତି କରାଯାଇଛି ।
ରେଳ ଧାରଣାରେ ରିଲ୍ସ କରିବା ସାଜିଲା କାଳ, ଟ୍ରେନ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ - ରେଳଟ୍ରାକରେ ରିଲ୍ସ କରିବା ବେଳେ ଦୁର୍ଘଟଣା
ମହଙ୍ଗା ପଡ଼ିଲା ରେଳ ଧାରଣା ଉପରେ ରିଲ୍ସ ଭିଡିଓ କରିବା । ଟ୍ରେନ୍ ଧକ୍କାରେ ଦୁଇଜଣ ମୃତ୍ୟୁ, ଜଣେ ଗୁରୁତର । ବିହାରର ଖଗାଡିଆରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ
ସୂଚନା ମୁତାବକ ଏହି ଘଟଣା ଧମରା ଷ୍ଟେସନ ନିକଟରେ ଘଟିଛି । ନୂଆ ବର୍ଷ ଅବସରରେ ୩ ଜଣ ଯୁବକ ବାଗମତି ରେଳ ବ୍ରିଜ୍ ଉପରେ ରିଲ୍ସ ତିଆରି କରୁଥିବା ସମୟରେ ଏକ ଟ୍ରେନ୍ ମାଡ଼ି ଆସିଥିଲା। ଏହି ସମୟରେ ଜଣେ ଯୁବକ ଭୟରେ ନଦୀକୁ ଡେଇଁ ପଡ଼ିଥିଲା । ତେବେ ଅନ୍ୟ ଦୁଇ ବନ୍ଧୁ ନିଜ ଜୀବନ ରକ୍ଷା କରି ପାରିନାହାନ୍ତି । ସୂଚନା ପାଇବା ପରେ ଆହତ ଯୁବକକୁ ସ୍ଥାନୀୟ ଲୋକମାନେ ଡାକ୍ତରଖାନାକୁ ପଠାଇଥିଲେ । ତେବେ ମୃତ ଯୁବକ ହେଉଛନ୍ତି ବଲହା ବାସିନ୍ଦା ନୀତୀଶ କୁମାର ଏବଂ ସୋନୁ କୁମାର । ଅନ୍ୟପଟେ ନଦୀକୁ ଡେଇଁ ପଡ଼ିଥିବା ଯୁବକ ହେଉଛି ଉମନ କୁମାର ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇଜଣଙ୍କ ମୃତ ଦେହକୁ ରେଳ ଟ୍ରାକରୁ ଉଦ୍ଧାର କରିଛି ପୋଲିସ । ଯୁବକମାନଙ୍କୁ ଜୀବନକୁ ବିପଦରେ ପକାଇ ଏପରି ବିପଦଜନକ କାର୍ଯ୍ୟ କରିବାକୁ ବାରଣ କରିଛନ୍ତି ପୋଲିସ ଅଧିକାରୀ ନୀଲେଶ କୁମାର । ପରିବାରଲୋକଙ୍କ ସୂଚନା ମୂତାବିକ ନୂଆ ବର୍ଷ ଅବସରରେ ତିନି ସାଙ୍ଗ ଧାମରାସ୍ଥିତ ମା’ କାତ୍ୟାୟନିଙ୍କ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଯିବା ରାସ୍ଥାରେ ରିଲ୍ସ ତିଆରି କରୁଥିବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି ।