ବେଙ୍ଗାଲୁରୁ: ନଡି଼ଆ ଗଛରେ ଚଢ଼ିବା କିଛି ସହଜ କାମ ନୁହେଁ । କିନ୍ତୁ ଏହି ଦୁଇ ଜଣ ଯୁବକଙ୍କ ପାଇଁ ନଡ଼ିଆ ଗଛରେ ଚଢି଼ବା ନିତି ଦିନିଆ କଥା । ଏହି ଦୁଇ ଯୁବକ ହେଉଛନ୍ତି ମାଙ୍ଗାଲୋରର ବିଟ୍ଟଲ ଗୌଡ଼ ଓ ଅନୁଷ । କେବଳ କୃଷିକାର୍ଯ୍ୟ କରି ଯେ ସଫଳତା ହାସଲ କରିହେବ ତାହା ଏହି ଦୁଇଜଣ ପ୍ରମାଣିତ କରି ଦେଖାଇଛନ୍ତି । କେବଳ ଗଛରୁ ନଡ଼ିଆ ତୋଳି ଏକ ସଫ୍ଟୱେୟାର କମ୍ପାନୀ କର୍ମଚାରୀଙ୍କ ଭଳି 60ରୁ 80 ହଜାର ରୋଜଗାର କରୁଛନ୍ତି ଦୁଇ ଚାଷୀ ।
ରୋଜଗାରର ନୂଆ ତରିକା, ନଡ଼ିଆ ତୋଳି ମାଲାମାଲ 2 ଯୁବକ ମାଙ୍ଗାଲୋରର ସୁଲ୍ୟତାଲୁକ ମରୁଲ୍ୟାଦା କଦିରା ଗ୍ରାମବାସୀ ହେଉଛନ୍ତି ବିଟ୍ଟଲ ଗୌଡ଼ । ସେହିଭଳି ମାଙ୍ଗାଲୋରର ସୁରତକଲ ବାସିନ୍ଦା ହେଉଛନ୍ତି ଅନୁଷ । ଏହି ନୂଆ ଟେକ୍ନିକ ବ୍ୟବହାର କରି ଏହି ଦୁଇ ଯୁବକ ନଡ଼ିଆ ଗଛ ଚଢ଼ୁଛନ୍ତି । କେବଳ ନଡ଼ିଆ ତୋଳି ଦୁଇ ଯୁବକ ମୋଟା ଅଙ୍କର ରୋଜଗାର କରି ପାରୁଛନ୍ତି ।
କୃଷି ବିଜ୍ଞାନ କେନ୍ଦ୍ର ବିଭାଗ ପକ୍ଷରୁ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏହି ଦୁଇ ଚାଷୀ । ଏହି କାର୍ଯ୍ୟକ୍ରମର ନାମ ଥିଲା 'ଫ୍ରେଣ୍ଡଲୀ କୋକୋନଟ ଟ୍ରି' । ଏହି ପ୍ରଶିକ୍ଷଣ ବିଟ୍ଟଲ ଓ ଅନୁଷଙ୍କ ଜୀବନଶୈଳୀକୁ ବଦଳାଇ ଦେଲା । କାର୍ଯ୍ୟକ୍ରମରେ ନଡି଼ଆ ଗଛରେ ଚଢ଼ିବା ପାଇଁ ବିଶେଷ ଉପକରଣ ବିଷୟରେ କୁହାଯାଇଥିଲା । ଏହି ଉପକରଣ ବିଷୟରେ ପୂର୍ବରୁ ଅଳ୍ପ କିଛି ସୂଚନା ପାଇଥିଲେ ବିଟ୍ଟଲ ଓ ଅନୁଷ । ତେବେ ପ୍ରଶିକ୍ଷଣ ପରେ ଏହି ଉପକରଣ ବ୍ୟବହାର ଉପରେ ସିଦ୍ଧ ହସ୍ତ ହୋଇଥିଲେ ଦୁଇ ଚାଷୀ ।
ଏହି କେବିକେରେ 200ରୁ ଅଧିକ ଯୁବକଙ୍କୁ ନଡ଼ିଆ ଗଛରେ ଚଢ଼ିବା ପାଇଁ ତାଲିମ ଦିଆଯାଇଥିଲା । ଦକ୍ଷିଣ କନ୍ନଡ଼ରେ ନଡ଼ିଆ ଉପକରଣ ଅଭାବ ଦେଖା ଦେଇଥିଲା । ଏହାପରେ ସେମାନେ ଯୁବଗୋଷ୍ଠୀଙ୍କୁ ଏହି ଉପକରଣ ଯୋଗାଇ ଦେଇଥିଲେ । ବର୍ତ୍ତମାନ ଏହି ଯୁବଗୋଷ୍ଠୀ ନିଜକୁ ରୋଜଗାରକ୍ଷମ କରି ପାରିଛନ୍ତି।
କେବିକେ ପ୍ରଶିକ୍ଷଣ ଶିବିରରୁ ତାଲିମ ନେଇଥିବା ଯୁବକମାନେ ପ୍ରାଥମିକ ପର୍ଯ୍ୟାୟରେ 40ରୁ 50ଟି ଗଛରେ ଚଢ଼ିଥିଲେ । କିଛି ଦିନ ପରେ ଏହି ସଂଖ୍ୟା 80କୁ ବୃଦ୍ଧି ପାଇଥିଲା । ବିଟ୍ଟଲ ଓ ଅନୁଷ ଗୋଟିଏ ନଡ଼ିଆ ଗଛରେ ଚଢ଼ି ତୋଳିବା ପାଇଁ ନେଉଛନ୍ତି 35 ଟଙ୍କା ପାଉଣା । ବିଟ୍ଟଲଙ୍କ ମତରେ ଯେଉଁମାନେ ବେରୋଜଗାର ଭଳି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ଏହି କାମ କରିବା ଆବଶ୍ୟକ ।
25ଟି ଜମିରେ ନଡ଼ିଆ ତୋଳାଳି ଭାବରେ କାମ କରୁଛନ୍ତି ବିଟ୍ଟଲ ଗୌଡ଼ା । ଯଦି ନଡ଼ିଆ ତୋଳିବାକୁ ଅଧିକ ଲୋକଙ୍କ ଆବଶ୍ୟକତା ହୁଏ ତେବେ କେବିକେରୁୃ ଶ୍ରମିକ ଆଣୁଛନ୍ତି ବିଟ୍ଟଲ । ଯେଉଁମାନେ ବେରୋଜଗାର ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ଏହି କାର୍ଯ୍ୟରେ ଯୋଗ ଦେଇ ପାରିବେ । ପ୍ରଶିକ୍ଷଣ ଶିବିରୁ ଫେରିବା ପରେ ଉଭୟ ବିଟ୍ଟଲ ଓ ଅନୁଷ ଅତିଶୀଘ୍ର ନଡ଼ିଆ ତୋଳି ପାରୁଛନ୍ତି ।
ଗଛରେ ଚଢ଼ି ନଡ଼ିଆ ତୋଳିବା ପାଇଁ ପ୍ରଶିକ୍ଷଣ ଶିବିରରେ ପ୍ରାୟ 200 ଯୁବକ ସାମିଲ ଥିଲେ । ତେବେ ଦକ୍ଷିଣ କନ୍ନଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ମହିଳାମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି । ନଡ଼ିଆ ତୋଳାକୁ ରୋଜଗାର ପନ୍ଥା ରୂପରେ ବାଛିବା ପାଇଁ ପରମର୍ଶ ଦିଆଯାଉଛି ।'ଫ୍ରେଣ୍ଡଲୀ କୋକୋନଟ ଟ୍ରି' କର୍ମଶାଳାରେ ନଡ଼ିଆ ଗଛ ଚାଷ, ରୋଗ ନିୟନ୍ତ୍ରଣ ଓ ନଡ଼ିଆ ତୋଳା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ମହିଳାମାନେ ମଧ୍ୟ ଏହି କର୍ମଶାଳାରେ ସାମିଲ ହୋଇଥିଲେ ।
ରୋଜଗାର ପାଇଁ ନୂଆ ପନ୍ଥା ଖୋଜି ବାହାର କରିଛନ୍ତି ନଡି଼ଆ ତୋଳାଳି ବିଟ୍ଟଲ ଓ ଅନୁଷ । ଟଙ୍କା ପାଇଁ କେବଳ ବଡ଼ ଚାକିରୀ ବା ବ୍ୟବସାୟ ବାଟ କରିଥିବା ଲୋକଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ଦୁଇ ଯୁବକ । କୃଷିକାର୍ଯ୍ୟରେ ରୋଜଗାରକ୍ଷମ ହୋଇ ମାଙ୍ଗାଲୋରର ଏହି ଦୁଇ ଯୁବକ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ