ମୁମ୍ବାଇ:ମହାରାଷ୍ଟ୍ରରେ ନବରାତ୍ରିରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନବରାତ୍ରିରେ ଗରବା ଖେଳି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି(two young man died During Garba dance) । ଜଣେ ଯୁବକଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପାଲଘର ଜିଲ୍ଲାର ପଶ୍ଚିମ ବିରାରା ଅଞ୍ଚଳରେ ମନୀଷ ନରପାତ ଜୈନ ନାମକ ଯୁବକ ନିଜ ପରିବାର ସହ ବାସ କରୁଥିଲେ । ଗତ ରବିବାର ସେ ନବରାତ୍ରିରେ ଗରବା କରିବାକୁ ବିଲ୍ଡିଂ ତଳକୁ ଯାଇଥିଲେ । ତେବେ ଗର୍ବା କରୁଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ ।
ତୁରନ୍ତ ତାଙ୍କୁ ସ୍ଥାନୀୟ ସଞ୍ଜୀବନୀ ହସ୍ପିଟାଲ୍କୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୁଅର ମୃତ୍ୟୁର ଖବର ଶୁଣିବା କ୍ଷଣି ହସ୍ପିଟାଲ୍ରେ ହିଁ ଟଳି ପଡ଼ିଥିଲେ ଯୁବକଙ୍କ ବାପା । ଏହାପରେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କିରଛନ୍ତି (father passes away after hearing son's death news) । ନବରାତ୍ରିରେ ଗୋଟିଏ ଘରେ ବାପପୁଅଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।