ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁରେ ପାକିସ୍ତାନ ଶିଶୁର ସଫଳ ଅସ୍ଥିମଜା ପ୍ରତିରୋପଣ - ପାକିସ୍ତାନି ଶିଶୁର ବିରଳ ଅସ୍ଥିମଜା ପ୍ରତିରୋପଣ

ପାକିସ୍ତାନ ଶିଶୁର ସଫଳ ଅସ୍ଥିମଜା ପ୍ରତିରୋପଣ । ପାକିସ୍ତାନର ୨ବର୍ଷୀୟ ଶିଶୁ କନ୍ୟା ଅମିରା ସିକନ୍ଦର ଖାନଙ୍କ ବେଙ୍ଗାଲୁରୁ ସହରରରେ ଅସ୍ଥିମଜା ପ୍ରତିରୋପଣ ସଫଳ ହୋଇଛି । ଅମିରା ସିକନ୍ଦର ଖାନ ହେଉଛନ୍ତି କରାଚିରେ ରହୁଥିବା କ୍ରିକେଟର ସମୀକ୍ଷକ ସିକନ୍ଦର ବଖଙ୍କ ଝିଅ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ପାକିସ୍ତାନ ଶିଶୁର ସଫଳ ଅସ୍ଥିମଜା ପ୍ରତିରୋପଣ
ବେଙ୍ଗାଲୁରୁରେ ପାକିସ୍ତାନ ଶିଶୁର ସଫଳ ଅସ୍ଥିମଜା ପ୍ରତିରୋପଣ

By

Published : Oct 20, 2022, 7:49 PM IST

ବେଙ୍ଗାଲୁରୁ: ସହରରରେ ପାକିସ୍ତାନି ଶିଶୁର ବିରଳ ଅସ୍ଥିମଜା ପ୍ରତିରୋପଣ(BMT) । ପାକିସ୍ତାନର ୨ବର୍ଷୀୟ ଶିଶୁ କନ୍ୟା ଅମିରା ସିକନ୍ଦର ଖାନଙ୍କ ସହରର ଏକ ଡାକ୍ତରଖାନାନରେ ଅସ୍ଥିମଜା ପ୍ରତିରୋପଣ ସଫଳ ହୋଇଛି । ପାକିସ୍ତାନର କରାଚିରେ ରହୁଥିବା କ୍ରିକେଟ ସମୀକ୍ଷକ ସିକନ୍ଦର ବଖଙ୍କ ୨ ବର୍ଷ ୬ ମାସ ହୋଇଥିବା ଝିଅର ଅସ୍ଥିମଜା ପ୍ରତିରୋପଣ କରାଯାଇଛି ।

ମ୍ୟୁକୋପଲିସାକାରିଡୋସିସ୍ ଟାଇପ ୧ ନାମକ ମାରାତ୍ମକ ରୋଗରୁ BMT(Bone Marrow Transplant) କରାଯାଇ ରକ୍ଷା କରାଯାଇଛି । ଏନେଇ ନାରାୟଣ ହେଲଥ କେୟାର ତରଫରୁ ସୂଚନା ଦିଆଯାଇଛି । ମ୍ୟୁକୋପଲିସାକାରାଇଡୋସିସ୍ ହେଉଛି ଏକ ବିରଳ ରୋଗ ଯାହା ଆଖି ଏବଂ ମସ୍ତିଷ୍କ ସମେତ ଏକାଧିକ ଅଙ୍ଗର କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ ବୋଲି ନାରାୟଣ ହେଲଥ କେୟାରର ଚେୟାରମ୍ୟାନ ଦେବୀ ସେଠୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଶିଶୁର ଚିକିତ୍ସା କରୁଥିବା ଡା. ସୁନୀଲ ଭଟ୍ଟ କହିଛନ୍ତି ଯେ ମ୍ୟୁକୋପଲିସାକାରାଇଡୋସିସ୍ ହେଉଛି ଏକ ଅବସ୍ଥା ଯେଉଁଥିରେ ଶରୀରରେ ଏକ ଏନଜାଇମର ଅଭାବ ହୋଇଯାଇଥାଏ । ଏନଜାଇମର ଅଭାବ ହେତୁ ରୋଗୀର ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ । ସ୍ପିଲ୍ନ ଏବଂ ଲିଭରର ଆକାର ବଡ ହୋଇଯାଇଥାଏ । ଏହାସହ ହାଡରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଫଳରେ ଆଖି ଏବଂ ମସ୍ତିଷ୍କ ସମେତ ଶରୀରର ଅନ୍ୟାନ୍ୟ ଅଂଶ ଅକାମୀ ହୋଇଯାଇଥାଏ । ଏହି ରୋଗ ସାଧାରଣତଃ ୧୯ ବର୍ଷରୁ କମ ଶିଶୁମାନଙ୍କୁ ହୋଇଥାଏ । ଯାହାଫଳରେ ଅଧିକାଂଶ ଶିଶୁର ମୃତ୍ୟୁ ହୋଇଯାଇଥାଏ । ଏହି କ୍ଷେତ୍ରରେ ମ୍ୟୁକୋପଲିସାକାରାଇଡୋସିସ୍ ରୋଗ ପାଇଁ ଅସ୍ଥିମଜା ପ୍ରତିରୋପଣ ଏକ ବିକଳ୍ପ ଅଟେ ।

ଡାକ୍ତର କହିଛନ୍ତି ଯେ ଅମିରା ସିକନ୍ଦର ଖାନଙ୍କ କୌଣସି ଭାଇ କିମ୍ବା ଭଉଣୀ ନାହାଁନ୍ତି । ତେଣୁ ଅସ୍ଥିମଜା ପ୍ରତିରୋପଣ ପାଇଁ ଏକ ଦାତାର ଆବଶ୍ୟକ ପଡିଥିଲା । କିନ୍ତୁ କୌଣସି ଦାତା ମିଳିନଥିଲେ । ପରେ ପିତାଙ୍କ ଅସ୍ଥି ମଜ୍ଜା ବ୍ୟବହାର କରାଯାଇଥିଲା । ଝିଅର ମା ସଦାଫ ଖାନ କହିଛନ୍ତି ଯେ,"ମୋ ଝିଅର ଅବସ୍ଥାକୁ ଦେଖି ଡାକ୍ତର ଭଟ୍ଟଙ୍କ ସହ ଯୋଗାଯୋଗ କରି ବେଙ୍ଗଲୁରୁରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲି । ଝିଅଟି 18 ମାସର ହୋଇଥିବା ବେଳେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ବର୍ତ୍ତମାନ ମୁଁ ଝିଅକୁ ଦେଖି ଖୁସି ଅଟେ । ପାକିସ୍ତାନରୁ ବାଙ୍ଗାଲୋର ଯାତ୍ରା ପାଇଁ ଭିସା ଏବଂ ଅନ୍ୟାନ୍ୟ ଓୌପଚାରିକତା ପାଇଁ ମୋ ସ୍ୱାମୀ ଭାରତ ସରକାରଙ୍କ ସହାୟତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details