ଓଡିଶା

odisha

ETV Bharat / bharat

କୁକୁର ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା 2 ବର୍ଷର ଶିଶୁକନ୍ୟା

ହାଇଦ୍ରାବାଦରେ ଜଣେ 4 ବର୍ଷୀୟ ବାଳକକୁ କୁକୁର ପଲ ଝୁଣି ଖାଇବା ଘଟଣାକୁ ଦିନ କେଇଟା ନ ପୁରୁଣୁ ସୁରତରେ ଘଟିଛି ସମାନ ଘଟଣା । କୁକୁର ଆକ୍ରମଣରେ ଜଣେ 2 ବର୍ଷୀୟ ଶିଶୁକନ୍ୟା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି । ଅଧିକ ପଢନ୍ତୁ

girl child dies due to dog attack
କୁକୁର ଆକ୍ରମଣରେ 2 ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ

By

Published : Feb 24, 2023, 11:25 AM IST

ଗାନ୍ଧୀନଗର: ପୁଣି କୁକୁର କାମୁଡାରେ ଲିଭିଗଲା ଏକ ଜୀବନ ଦୀପ । ହାଇଦ୍ରାବାଦରେ ଜଣେ 4 ବର୍ଷୀୟ ବାଳକକୁ କୁକୁର ପଲ ଝୁଣି ଖାଇବା ଘଟଣାକୁ ଦିନ କେଇଟା ନ ପୁରୁଣୁ ସୁରଟରୁ ଆସିଛି କିଛି ଏଭଳି ଛାତିଥରା ଘଟଣା । ଜଣେ 2 ବର୍ଷୀୟ ଶିଶୁକନ୍ୟାକୁ କୁକୁର କାମୁଡିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶିଶୁଟିର ଦେହରେ 30ରୁ ଅଧିକ କ୍ଷତ ହୋଇଥିଲା ।

ସୁରତର ଖଜୋଦ ଅଞ୍ଚଳରେ ଜଣେ 2 ବର୍ଷୀୟ ଶିଶୁକନ୍ୟାକୁ କୁକୁର କାମୁଡିଥିଲା । ଗତ ଫେବୃଆରୀ 19 ତାରିଖରେ ଏହି ଘଟଣା ଘଟିଥିଲା । ଘଟଣାର 5 ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟା ଆଖି ବୁଜିଛି । ଝିଅଟିକୁ ଚିକିତ୍ସା ପାଇଁ ନ୍ୟୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଝିଅଟିର ଶରୀରରେ 30ରୁ ଅଧିକ କ୍ଷତ ଚିହ୍ନ ରହିଥିଲା । ଏହା ସହ ମୁଣ୍ଡ, ଛାତିରେ ଗଭୀର ଆଘାତ ଲାଗିଥିଲା । ଏନେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ ହୋଇଥିଲା ।

ମୃତ ଝିଅର ବାପା ରବି ଭାଇ କହିଛନ୍ତି, ''19 ତାରିଖରେ ମୋ ପତ୍ନୀଙ୍କ ଫୋନ ଆସିଥିଲା । ସେ ମୋତେ ଜଣାଇଥିଲେ କି ଆମ ଝିଅକୁ ଭୟଙ୍କର ଭାବରେ କୁକୁର କାମୁଡି ଦେଇଛି ।'' ଚିକିତ୍ସାଧୀନ ଅବସ୍ଥାରେ ଆମ ଝିଅର ମୃତ୍ୟୁ ହୋଇଥିବା କୋହଭରା କଣ୍ଠରେ କହିଛନ୍ତି ମୃତ ଝିଅର ବାପା ।

ନ୍ୟୁ ସିଭିଲ ହସ୍ପିଟାଲ ଆଇଏମଓ ଡାକ୍ତର କେତନ ନାୟକ କହିଛନ୍ତି, '' 3 ଦିନ ପୂର୍ବେ 2 ବର୍ଷୀୟ ଝିଅଟିକୁ କୁକୁର କାମୁଡିଥିବାରୁ ଚିକିତ୍ସା ପାଇଁ ଆସିଥିଲେ । ପିଲାଟି ଶରୀରରେ 30ରୁ ଅଧିକ କ୍ଷତ ଚିହ୍ନ ରହିଥିଲା । ସର୍ଜରୀ କରାଯାଇଥିଲା ମାତ୍ର ପିଲାଟି ବଞ୍ଚି ନଥିଲା । ସମସ୍ତ ପ୍ରୟାସ କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟବସତଃ ଝିଅଟି ବଞ୍ଚି ନଥିଲା ।''

ଏହା ବି ପଢନ୍ତୁ...Shocking: 4 ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ପ୍ରକାଶ ଥାଉକି, ଗତ ଫେବୃଆରୀ 21 ତାରିଖରେ ହାଇଦ୍ରାବାଦର ନିଜାମାବାଦ ଜିଲ୍ଲା ଇନ୍ଦଲୱାଇ ମଣ୍ଡଳ ଅଞ୍ଚଳର କୁକୁର ପଲଙ୍କ ଆକ୍ରମଣରେ ଚାରି ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା । ଛାତିଥରା ଭୟଙ୍କର ଥିବା ସେ ଦୃଶ୍ୟ । ଶିଶୁପୁତ୍ରଟି କୁକୁର ପଲଙ୍କ କବଳରୁ ଖସିବା ପାଇଁ ଯେତେ ଚେଷ୍ଟା କରିଥିଲେ ବି ମୁକୁଳି ପାରି ନଥିଲେ । କୁକୁର ପଲ ଗୋଡାଇ ଗୋଡାଇ ବାଳକ ଉପରକୁ ଆକ୍ରମଣ କରିଥିଲେ । ପୂର୍ବରୁ ଅନେକ ସ୍ଥାନରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଛି ।

ABOUT THE AUTHOR

...view details