ଓଡିଶା

odisha

ETV Bharat / bharat

ଗ୍ରାହକ ବେଶରେ ଲୁଟିନେଲେ ସୁନା, CCTVରେ କଏଦ ହେଲା ଦୃଶ୍ୟ

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ମାତିଛନ୍ତି ମହିଳା ଚୋର । ଗ୍ରାହକ ବେଶରେ ଆସି ଲୁଟିନେଲେ ସୁନା ।

By

Published : Jan 22, 2023, 8:53 AM IST

cctv footage
CCTV ଫୁଟେଜ

ଗ୍ରାହକ ବେଶରେ ଲୁଟିନେଲେ ସୁନା

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମାତିଛନ୍ତି ଚୋର । ଦିନ ଦ୍ବିପହରେ ଛଦ୍ମବେଶରେ ଆସି କରୁଛନ୍ତି ଚୋରି । ବିନା ଭୟରେ କରିଚାଲୁଛନ୍ତି ଲୁଟ ଏବଂ ଅତି ସହଜରେ ଖସି ପଳାଇବାରେ ସଫଳ ହେଉଛନ୍ତି । ପୁରୁଷ ଚୋରଙ୍କ ସହିତ ମହିଳା ମଧ୍ୟ ଚୋରି କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସହରରେ ଆତଙ୍କ ସୃଷ୍ଟି କରିଛି । ମହିଳାମାନେ ଗ୍ରାହକ ବେଶରେ ଆସି ସୁନା ଲୁଟୁଛନ୍ତି । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲା ବାଲ୍ଟରଗଞ୍ଜ ଥାନା ଅଞ୍ଚଳରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଚୋରି କରୁଥିବାର ଦୃଶ୍ୟ ।

ବାଲ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଏକ ସୁନା ଦୋକାନରେ ଦୁଇଜଣ ମହିଳା ପହଞ୍ଚିଥିଲେ । ପ୍ରଥମେ ସୁନା ଦେଖାଇବାକୁ ବାହାନା କରି ଦୋକାନୀଙ୍କୁ ଦ୍ବନ୍ଦରେ ପକାଇଥିଲେ । ଦୋକାନୀ ଜଣକ ସେମାନଙ୍କୁ ସୁନା ଡିଜାଇନ ଦେଖାଇବାରେ ବ୍ୟସ୍ତ ହେବା ମାତ୍ରେ ଜଣେ ମହିଳା ଏକ ସୁନା କାନଫୁଲ ନେଇଯାଇଥିଲେ । ଏହାପରେ ଉଭୟରେ ଡିଜାଇନ ପସନ୍ଦ ଆସୁନଥିବା କହି ସେଠାରୁ ଅତି ଚତୁରତାର ସହ ଚାଲି ଆସିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଦିଲ୍ଲୀ ପରେ ବିହାର: ଦୁର୍ଘଟଣା ପରେ ବୃଦ୍ଧଙ୍କୁ ଘୋଷାଡି ନେଇ କାର ଚଢାଇ ହତ୍ୟା କଲା ଡ୍ରାଇଭର !

ଯେତେବେଳେ ମହିଳା ଦୋକାନୀ ଜଣକ ସୁନାକୁ ସାଇତି ରଖୁଥିଲେ, ସେଥିରୁ ଏକ ସୁନା କାନଫୁଲ ନିଖୋଜ ଥିବା ଦେଖିବାକୁ ପାଇଲେ । ଏହାପରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ସେ ଦେଖିବାକୁ ପାଇଥିଲେ ଯେ, ଗ୍ରାହକ ବେଶରେ ଆସିଥିବା ଦୁଇ ମହିଳା ସୁନା ଚୋରି କରିନେଇଛନ୍ତି । ଏନେଇ ଦୋକାନୀ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଦୋକାନ ମାଲିକଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଯେଉଁଭଳି ଭାବରେ ସହରରେ ଚୋର ମାତିଛନ୍ତି, ପୋଲିସ ପ୍ରଶାସନର ସୁରକ୍ଷା ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Tripura Assembly Election: ଏକାକୀ ଲଢିବ TMC, ପ୍ରଚାର କରିବେ ମମତା ବାନାର୍ଜୀ

ନିକଟରେ ଉତ୍ତରପ୍ରଦେଶରେ ହାଇପ୍ରୋଫାଇଲ ମହିଳା ଗହଣା ଚୋର ଘଟଣା ସାମ୍ନାକୁ ଆସିଥିଲା । ଗୋରଖପୁର ଜତେପୁର ଚୌକରେ ଥିବା ଏକ ଗହଣା ଦୋକାନରେ ଜଣେ ମହିଳା ଉଚ୍ଚ ଶିକ୍ଷିତା ବେଶରେ ଆସି ସୁନା ଲୁଟ କରିଥିଲେ । ମାତ୍ର 20 ସେକେଣ୍ଡରେ 10 ଲକ୍ଷ ଟଙ୍କାର ହାର ଚୋରି କରିନେଇଥିଲେ ମହିଳା । ଘଟଣାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ABOUT THE AUTHOR

...view details