ମୁମ୍ବାଇ:ମହାରାଷ୍ଟ୍ରର ପୁଣେ ନିକଟବର୍ତ୍ତୀ ଲୋନାଭଲା ଷ୍ଟେସନରେ ଇନ୍ଦୋର-ଦୌଣ୍ଡ ସ୍ପେଶାଲ ଟ୍ରେନ(02944) ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୨ଟି କୋଚ ଟ୍ରେନ ଲାଇନରୁ ବାହାରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।
ସୋମବାର ଏହି ସ୍ପେଶାଲ ଟ୍ରେନ ଯାତ୍ରା କରୁଥିବା ସମୟରେ ଟ୍ରେନରେ ଥିଲେ ପ୍ରାୟ ୮୦ ଯାତ୍ରୀ । ଟ୍ରେନର ୨ଟି ଚକ ବାହାରି ପଡିବାରୁ ଘଟିଛି ଏହି ଦୁର୍ଘଟଣା । ତେବେ ସକାଳ ପ୍ରାୟ ୭ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନଟି ଇନ୍ଦୋରରୁ ବାହାରି ମୁମ୍ବାଇର ଲୋନଭାଲା ଅଭିମୁଖେ ଯାଉଥିଲା । ଲୋନାଭଲା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନଟି ଦୁର୍ଘଟଣାର ଶିକାର ହୋଇଥିଲା ।