ଓଡିଶା

odisha

By

Published : Jun 25, 2021, 7:07 AM IST

ETV Bharat / bharat

ଜଳଭଣ୍ତାରରୁ ବାହାରିଲା 2 ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

କର୍ଣ୍ଣାଟକର କବିନି ଡ୍ୟାମର ଜଳ ଭଣ୍ଡାରରୁ ଉଦ୍ଧାର ହେଲା 2 ଟନ ଓଜନର ପ୍ଲାଷ୍ଟିକ । ଗୋଟିଏ ଦିନର ସଫେଇ ଡ୍ରାଇଭ ଜରିଆରେ ଉଦ୍ଧାର କଲା ବନ ବିଭାଗ । ଅଧିକ ପଢନ୍ତୁ...

କବିନି ଜଳଭଣ୍ତାରରୁ 2 ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉଦ୍ଧାର କଲା ବନ ବିଭାଗ
କବିନି ଜଳଭଣ୍ତାରରୁ 2 ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉଦ୍ଧାର କଲା ବନ ବିଭାଗ

ବେଙ୍ଗାଲୁରୁ:କର୍ଣ୍ଣାଟକର ମହିଶୂର ନିକଟବର୍ତ୍ତୀ କବିନି ଡ୍ୟାମର ଜଳଭଣ୍ଡାରରୁ ଉଦ୍ଧାର ହେଲା 2 ଟନ ଓଜନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ । ଜଙ୍ଗଲ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଜଳଭଣ୍ଡାରରୁ ବିପୁଳ ପରିମାଣର ପ୍ଲାଷ୍ଟିକ ଉଦ୍ଧାର କିରବାରେ ସଫଳ ହୋଇଛନ୍ତି । ଏହି ପ୍ଲାଷ୍ଟିକ ଗୁଡିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଏକ ଦିବସୀୟ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା ।

କବିନି ଜଳଭଣ୍ତାରରୁ 2 ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉଦ୍ଧାର କଲା ବନ ବିଭାଗ

ପ୍ରାୟ 6 କିଲୋମିଟର ପରିଧି ମଧ୍ୟରେ ଏହି ମେଗା ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲା ବନ ବିଭାଗ । ଏଥିରେ ସ୍ଥାନୀୟ ବାସିନ୍ଦାଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା । ଏହି ସ୍ଥାନରେ ଗତ ବନ୍ୟାରେ ଏହି ସବୁ ଆବର୍ଜନା ଆସି ଜମା ହୋଇଥିଲା । ଏହା ଏକ ଓ୍ବାଲ୍ଡ ଲାଇଫ ଜୋନ ହୋଇଥିବାରୁ ବନ୍ୟଜନ୍ତୁ ଓ ପରିବେଶ ଉପରେ କୁପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ପ୍ରକାଶ କରିଥିଲେ ପରିବେଶବିତ । ପ୍ଲାଷ୍ଟିକ ସମ୍ପର୍କିୟ ପଦାର୍ଥ, ବାଇ ମେଡିକାଲ ସରଞ୍ଜାମ ଓ ଅନେକ ପରିବେଶ ପ୍ରତିକୂଳ ବର୍ଜ୍ୟବସ୍ତୁ ଜମା ହୋଇ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସନ୍ତୁଳନ ପ୍ରତି ପ୍ରମୁଖ ସମସ୍ୟା ସୃଷ୍ଟି କରିବାକୁ ଯାଉଥିବାବେଳେ ଏହାର ସଫେଇ ନେଇ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା ବନ ବିଭାଗ ।

କବିନି ଜଳଭଣ୍ତାରରୁ 2 ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉଦ୍ଧାର କଲା ବନ ବିଭାଗ

ଶେଷରେ ଆଜି ସମ୍ପୂର୍ଣ୍ଣ ଗୋଟିଏ ଦିନର ପରିଶ୍ରମ ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଜଳଭଣ୍ଡାରରୁ 2 ଟନ ପରିମାଣର ପ୍ଲାଷ୍ଟିକ ଜନିତ ବର୍ଜ୍ୟବସ୍ତୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ପରେ ଏଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ପୁନଃଚକ୍ରଣ ପ୍ରକ୍ରିୟାରେ ବ୍ୟବହାର ଯୋଗ୍ୟ ଭାବେ ପ୍ରସ୍ତୁତ କରାଯିବା ନେଇ ଯୋଜନା ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details