ଓଡିଶା

odisha

By

Published : Dec 27, 2020, 8:53 AM IST

ETV Bharat / bharat

ସୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିପାତ

ଶନିବାର ଜାମ୍ମୁ-କାଶ୍ମୀରର ସୋପିଆନର କନିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କୀ ନିପାତ । ଅଧିକ ପଢନ୍ତୁ...

ଶୋଫିଆନ ଏନକାଉଣ୍ଟର
ଶୋଫିଆନ ଏନକାଉଣ୍ଟର

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନର କନିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ପୋାଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଅନୁସାରେ, କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ଲଗାତାର ଭାବରେ ସୁରକ୍ଷା କର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ଗୁଳି ବିନିମୟ ହେଉଥିବାର ଦେଖିବାକୁ ମିଳିଛି । ଶନିବାର ସୋପିଆନରେ ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ସେମାନେ ଜାମ୍ମୁ- କାଶ୍ମୀର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଦୁଇଜଣଙ୍କ ମଧ୍ୟରୁ ଜଣେ କାଦଲାବାଡା ଅବନ୍ତିପୋରାର 22ବର୍ଷୀୟ ଆତଙ୍କବାଦ ହୋଇଥିବା ବେଳେ ଅନ୍ୟ ଜଣେ ତୁରକାୱାନଗାମର 26 ବର୍ଷୀୟ ଆତଙ୍କବାଦ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏହି ଆତଙ୍କବାଦୀ ଗୋଷ୍ଠୀ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ସକ୍ରିୟ ରହିଛି । ଏହି ଏନକାଉଣ୍ଟରରେ ଦୁଇ ଭାରତୀୟ ଯବାନ ମଧ୍ୟ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଜାମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ।

@ANI

ABOUT THE AUTHOR

...view details