ଓଡିଶା

odisha

By

Published : Jun 30, 2021, 6:43 PM IST

ETV Bharat / bharat

କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: 2 ଆତଙ୍କୀ ମୃତ, ଜଣେ ଆତ୍ମସମର୍ପଣ

କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; 2 ଆତଙ୍କୀ ମୃତ, ଜଣେ କଲା ଆତ୍ମସମର୍ପଣ
କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; 2 ଆତଙ୍କୀ ମୃତ, ଜଣେ କଲା ଆତ୍ମସମର୍ପଣ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଅଧିକାରୀଙ୍କ କହିବାନୁଯାୟୀ, ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀ କୁଲଗାମ ଜିଲ୍ଲାର ଚିମେର ଗାଁରେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହି ସମୟରେ ସେଠାରେ ଉପସ୍ଥିତ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଅନ୍ୟପକ୍ଷେ ଆଉ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ସେପଟେ ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାକୁ ସଂଲଗ୍ନ ଏଲଓସି ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସମୟରେ ଜଣେ ଯବାନ ଆହତ ଥିବା ସୂଚନା ମିଳିଛି ।

ଏହାପୂର୍ବରୁ ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର ପାରିମପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବା କମାଣ୍ଡର ନଦୀମ ଅବରାର ଏବଂ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲା ।

ABOUT THE AUTHOR

...view details