ଶ୍ରୀନଗର: ସ୍ବାଧୀନତା ଦିବସରେ ଘାଟିରେ ଗ୍ରେନେଡ ମାଡ (grenade attack in Badgum) କରିଥିବା ଦୁଇ ଆତଙ୍କୀଙ୍କୁ ଗିରଫ କରିଛି ସୁରକ୍ଷାବଳ । ସ୍ବାଧୀନତା ଦିବସରେ କାଶ୍ମୀରର ଗୋପାଲପୁରା ଓ ବଡଗାମରେ ଗ୍ରେନେଡ ମାଡ (terrorist attack in Independence Day) ହୋଇଥିଲା । ଏଥିରେ ଜଣେ ସ୍ଥାନୀୟ ସଂଖ୍ୟାଲଘୁ ଶ୍ରେଣୀର ବ୍ୟକ୍ତି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି । ତେବେ ଉକ୍ତ ଘଟଣାକୁ ରୂପ ଦେଇଥିବା ଦୁଇ ଆତଙ୍କୀଙ୍କୁ ସୁରକ୍ଷାବଳ ଗିରଫ କରିବାରେ ସଫଳତା ପାଇଛି । ଗିରଫ ଦୁଇ ଆତଙ୍କୀ ସାହିଲ ଅହମ୍ମଦ ଓ୍ବାନୀ ଓ ଅଲଫତ ଫାରୁକ ବୋଲି ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି ।
ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ହେବ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ । ସ୍ବାଧୀନତା ଦିବସ ଆକ୍ରମଣ ପରେ ଉଭୟଙ୍କୁ ଚିହ୍ନଟ କରାଯିବା ସହ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ଟିମ । ତେବେ ଘଟଣା ପର ଠାରୁ ଫେରାର ଥିବା ଏହି ଦୁଇ ଆତଙ୍କୀଙ୍କୁ ଇନପୁଟ ସୂଚନା ଆଧାରରେ ଆଜି ଧରାଯାଇଛି । ଏମାନଙ୍କୁ ଏବେ ଜେରା ଜାରି ରହିଛି । ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ଚେଷ୍ଟା କରିବ ।