ଶ୍ରୀନଗର:ଜାମ୍ମୁ କାଶ୍ମୀର ପୋଲିସକୁ ବଡ ସଫଳତା । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ୪ଆତଙ୍କୀ, ଜଣେ ଗିରଫ ହୋଇଥିବା ସୂଚନା। ହାଣ୍ଡୱାରାର ନିଚାମା ରାଜଓ୍ବାରରେ ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀରଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।
JK Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ 4 ଆତଙ୍କୀ ସଫା - ସୁରକ୍ଷାକର୍ମୀ ଗୁଳିରେ ଆତଙ୍କୀ ମୃତ
ଜମ୍ମୁ କାଶ୍ମୀର ପୋଲିସକୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ଆତଙ୍କୀ । ଅଧିକ ପଢନ୍ତୁ
J-K encounters: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ସଫା
ସେହିପରି ଗଣ୍ଡରବାଲ ଓ ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କମଧ୍ୟରୁ ଜଣେ ଲସ୍କର-ଏ-ତୋଏବାର ଆତଙ୍କୀ ହୋଇଥିବା ବେଳେ ଜୈଶ-ଇ-ମହମ୍ମଦ ଓ ଜଣେ ପାକିସ୍ତାନୀ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଛି ।
@ANI
Last Updated : Mar 12, 2022, 1:57 PM IST