ଓଡିଶା

odisha

ETV Bharat / bharat

ଆମ୍ବୁଲାନ୍ସ ଦୁର୍ଘଟଣାରେ ଦୁଇ BSF ଯବାନ ମୃତ - ବିଏସଏଫ ଆମ୍ବୁଲାନ୍ସ ଦୁର୍ଘଟଣା

ଡାକ୍ତରଖାନା ଯାଉଥିବାବେଳେ ଓଲଟି ପଡିଲା ବିଏସଏଫ ଯବାନଙ୍କ ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଦୁଇ ବିଏସଏଫ ଯବାନ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେଶର ରାଜଧାନୀର ଉତ୍ତର ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଥାନା ଅଞ୍ଚଳରେ।

ଆମ୍ବୁଲାନ୍ସ ଦୁର୍ଘଟଣାରେ ଦୁଇ ବିଏସଏଫ ଯବାନ ମୃତ
ଆମ୍ବୁଲାନ୍ସ ଦୁର୍ଘଟଣାରେ ଦୁଇ ବିଏସଏଫ ଯବାନ ମୃତ

By

Published : Jan 18, 2022, 9:59 PM IST

ନୂଆଦିଲ୍ଲୀ: ଡାକ୍ତରଖାନା ଯାଉଥିବାବେଳେ ଓଲଟିପଡିଲା ବିଏସଏଫ ଯବାନଙ୍କ ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଦୁଇ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଏ ଭଳି ଅଭାବନୀୟ ଘଟଣା ଘଟିଛି ଦେଶର ରାଜଧାନୀର ଉତ୍ତର ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଥାନା ଅଞ୍ଚଳରେ । ମୃତକ ଦୁଇ ଯବାନ ହେଲେ ୫୨ ବର୍ଷୀୟ ଯଶବୀର ମଲ୍ଲିକ ଓ ୩୨ ବର୍ଷିୟ ମନୋଜ ପାଶୱାନ ।

ସୂଚନା ଅନୁଯାୟୀ, ଯଶବୀର ମଲିକ ଏବଂ ମନୋଜ ପାଶୱାନଙ୍କ ରୋହିନୀ ସେକ୍ଟର -26 ରେ ବିଏସଏଫର 165 ବାଟାଲିୟନରେ କାର୍ଯ୍ୟରତ ଥିଲେ। ସୋମବାର ବାଟାଲିୟନର ସମସ୍ତ ଯବାନ ଏକ ଆମ୍ବୁଲାନ୍ସ ଯୋଗେ କ୍ୟାମ୍ପ ଛାଡି ହସ୍ପିଟାଲକୁ ଯାଇଥିଲେ। ତେବେ ମନୋଜ ପାଶୱାନ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସକାଳ ପ୍ରାୟ ୮.୩୦ ସମୟରେ ଶାସ୍ତ୍ରୀ ପାର୍କ ମେଟ୍ରୋ ଡିପୋ ସମ୍ମୁଖରେ ଆମ୍ବୁଲାନ୍ସଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯବାନ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚି ଆହତ ଯବାନମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ବିଏସଏଫ ଯବାନ ଯଶବୀର ମଲିକ ଏବଂ ମନୋଜ ପାଶୱାନଙ୍କୁ ମୃତ ଘୋଷଣା କରିଥିଲେ।

ଯଶବୀର ମଲିକ ଶାମଲିର ବାସିନ୍ଦା ରିହଛନ୍ତି । ସେ ତାଙ୍କ ପରିବାର ସହିତ ମିରଟରେ ରହୁଥିଲେ । ତାଙ୍କୁ BSF ରେ ASI ଭାବରେ ପୋଷ୍ଟ କରାଯାଇଥିଲା । ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ବଞ୍ଚିଛନ୍ତି। ଏଥି ସହିତ ମନୋଜ ପାଶୱାନ୍ ବିହାରର ହାଜିପୁରର ବାସିନ୍ଦା ଥିଲେ। ତାଙ୍କୁ ବିଏସଏଫରେ ହେଡ କନଷ୍ଟେବଳ ଭାବରେ ପୋଷ୍ଟ କରାଯାଇଥିଲା। ମନୋଜଙ୍କ ପତ୍ନୀ ଏବଂ ଦୁଇ ପିଲା ବଞ୍ଚିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ କ୍ୟାମ୍ପର ସମସ୍ତ ବିଏସ୍ଏଫ୍ ପକ୍ଷରୁ ହସ୍ପିଟାଲରେ ଉଭୟ ଯବାନଙ୍କୁ ଶେଷ ଦର୍ଶନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details