ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ଭଉଣୀଙ୍କ ଗଳାକାଟି ନିର୍ମମ ହତ୍ୟା । ଘର ଭିତରୁ ଦୁଇ ଉଭଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କଲା ପୋଲସି । ଏଭଳି ହତ୍ୟାକାଣ୍ଡ ଘଟିଛି ଇଟାୱା ଜିଲ୍ଲାର ବାଲାଇ ଅଞ୍ଚଳରେ । ଘରେ କେହି ନଥିବା ସମୟରେ ଦୁଇ ଭଉଣୀଙ୍କ ଗଳାକାଟି ହତ୍ୟା କରାଯାଇଛି । ତେବେ କିଏ ଓ କାହିଁକି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
10 ମିନିଟ ମଧ୍ୟରେ ଘଟିଛି ହତ୍ୟାକାଣ୍ଡ: ବଲରଇ ଅଞ୍ଚଳର ବାହାଦୁରପୁର ଗାଁର ଜୟବୀରଙ୍କର ତିନିଝିଅ ଏବଂ ଚାରି ପୁଅ ଅଛନ୍ତି । ଜୟବୀର, ତାଙ୍କ ପତ୍ନୀ ଏବଂ ପୁଅ ରବିବାର ସନ୍ଧ୍ୟାରେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଘରେ ତାଙ୍କ ତିନି ଝିଅ ଅଞ୍ଜଳି (18), ସୁରବି(7) ଏବଂ ରୋଶନି(5) ଥିଲେ । ସନ୍ଧ୍ୟା ପ୍ରାୟ 6ଟା ସମୟରେ ଅଞ୍ଜଳି ସାନ ଭଉଣୀମାନଙ୍କୁ ଘରେ ଛାଡ଼ି କ୍ଷେତକୁ ଯାଇଥିଲେ । ସେ 10 ମିନିଟ୍ ପରେ ଘରକୁ ଫେରିବା ପରେ ସୁରବି ଏବଂ ରୋଶନୀଙ୍କୁ ଦେଖିବାକୁ ପାଇନଥିଲେ । ଏହାପରେ ସେ ଘର ଭିତରେ ଦୁଇ ଭଉଣୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଦାଗ ମଧ୍ୟ ଥିବା ଦେଖିବାକୁ ପାଇଥିଲେ ।
ଏହାପରେ ଅଞ୍ଜଳି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରିବାର ଲୋକେ ଖବର ପାଇ ଚାଷ ଜମିରୁ ଆସି ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭଉଣୀଙ୍କ ମୃତଦେହକୁ ଉଦ୍ଧାର କରିଛି । ଅଧିକ ତଦନ୍ତ ପାଇଁ ଫରେନସିକ୍ ଦଳକୁ ମଧ୍ୟ ଡକାଯାଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ହସ୍ପିଟାଲକୁ ପଠାଇଛି ।