ଓଡିଶା

odisha

ETV Bharat / bharat

ଡରାଉଛି ନୂଆ ଭାରିଆଣ୍ଟ: ପୁଣି 2 ବିଦେଶୀ ଫେରନ୍ତା ପଜିଟିଭ

ଦୁଇ ବିଦେଶ ଫେରନ୍ତାଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଦେଖାଦେଇଛି । ଗତ ଶନିବାର ଓ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶ ଫେରନ୍ତାଙ୍କ ନମୁନା ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି ।

By

Published : Dec 26, 2022, 8:55 AM IST

Indira Gandhi International Airport
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର

ନୂଆଦିଲ୍ଲୀ: ଚୀନରେ କୋରୋନା ତାଣ୍ଡବ ରଚିଛି । ଓମିକ୍ରମ ସବ୍‌-ଭାରିଆଣ୍ଟ BF.7ର ଦ୍ରୁତ ସଂକ୍ରମଣ ଯୋଗୁଁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ବିଭିନ୍ନ ଦେଶରେ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିକଟରେ ଚୀନରୁ ଫେରିଥିବା ଦୁଇଜଣ କୋଭିଡ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୁନା ସଂଗ୍ରହ କରାଯିବା ପରେ ଜେନୋମ ସିକ୍ବେନ୍ସିଂ ଲାଗି ଲ୍ୟାବକୁ ପଠାଯାଇଛି ।

ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି(RTPCR mandatory for international passengers from China) । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବିଦେଶ ଯାତ୍ରୀମାନଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶ ଫେରାନ୍ତାଙ୍କ ନମୁନା ସଂଗ୍ରହ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ:Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

ଶନିବାରରୁ ରବିବାର ମଧ୍ୟରେ ଦୁଇ ଜଣ ଯାତ୍ରୀଙ୍କ ଶରୀରରେ କୋଭିଡ ସଂକ୍ରମଣ ଦେଖାଦେଇଛି । ଜଣେ ଉତ୍ତର ପ୍ରଦେଶ ଆଗ୍ରାର ହୋଇଥିବାବେଳେ ଅନ୍ୟ ଜଣେ କାନପୁରର ହୋଇଥିବା ଜଣାପଡ଼ିଛି । ଏହି ତଥ୍ୟ ସାମନାକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ବର୍ତ୍ତମାନ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦେଶ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । କୋଭିଡକୁ ଦୃଷ୍ଟିରେ ରଖି ଏମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଏବେ ଦେଶରେ ସଂକ୍ରମଣ କମ୍ ରହିଛି ହେଲେ ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାରୁ ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂକ୍ରମଣ ବୃଦ୍ଧି ପାଇଲେ ପୁନର୍ବାର ଲକଡାଉନ, ସଟଡାଉନ ନେଇ ଲୋକେ ଚିନ୍ତାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:Bomb Cyclone: ଆମେରିକାରେ ତୁଷାର ଝଡ, ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି

ପ୍ରକାଶ ଥାଉକି, କୋରୋନା ସଂକ୍ରମଣ ଯୋଗୁଁ ଚୀନରେ ଭୟଙ୍କର ସ୍ଥିତି ଉପୁଜିଛି । 20 ଦିନ ମଧ୍ୟରେ ପ୍ରାୟ 250 ନିୟୁତ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି BF.7 । ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ମିଳୁନଥିବାବେଳେ ମୃତଦେହ ଦାହ ପାଇଁ ସ୍ଥାନ ନାହିଁ । ଚୀନରେ ପୂର୍ବରୁ ଜାରି ରହିଥିବା କୋରୋନା କଟକଣା ହଟାଯିବାପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚୀନରେ ବ୍ୟାପୁଥିବା ଓମିକ୍ରନର BF.7 ପ୍ରକାରକୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ଖେଳି ଯାଇଛି । ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଚୀନ ସମେତ ଆମେରିକା, ଜାପାନ, ବ୍ରାଜିଲ ଓ ବିଶ୍ବର ଅନେକ ଦେଶରେ ହଠାତ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଗୁଆ ସତର୍କ ହୋଇଛି ଭାରତ ।

ABOUT THE AUTHOR

...view details