ଅଟାରୀ: ଦୁଇ ପାକିସ୍ତାନୀଙ୍କୁ ମୁକ୍ତ କଲା ଭାରତ । ସେମାନଙ୍କ ସଜା ଶେଷ ହେବା ପରେ ଶନିବାର ଦିନ ୨ ପାକିସ୍ତାନୀ ବନ୍ଦୀଙ୍କୁ ନିଜ ଦେଶକୁ ପଠାଯାଇଛି । ଅଟାରୀ ସୀମା ଡେଇଁ ସେମାନେ ନିଜ ଜନ୍ମମାଟିକୁ ବାହୁଡିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସେନା ଅଧିକାରୀ ସୂଚନା ଦେଇଛନ୍ତି । ସେମାନେ ହେଲେ ଅବାସ ଅଲ୍ଲୀ ଖାନ (42) ଏବଂ ଭାଗ ଚାନ୍ଦ (17) ବୋଲି ଜଣାପଡିଛି ।
ଦୁଇ ପାକିସ୍ତାନୀଙ୍କୁ ମୁକ୍ତ କଲା ଭାରତ; ଅଟାରୀ ସୀମା ଦେଇ ବାହୁଡିଲେ ସ୍ବଦେଶ - ଅଟାରୀ
ଦୁଇ ପାକିସ୍ତାନୀଙ୍କୁ ମୁକ୍ତ କଲା ଭାରତ । ସେମାନଙ୍କ ସଜା ଶେଷ ହେବା ପରେ ଶନିବାର ଦିନ ୨ ପାକିସ୍ତାନୀ ବନ୍ଦୀଙ୍କୁ ନିଜ ଦେଶକୁ ପଠାଯାଇଛି । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ୨୦୦୫ ମସିହାରେ ପାକିସ୍ତାନ ରହିମ ୟାରଖାନ ଅଞ୍ଚଳର ଅବାସ ଅଲ୍ଲୀ ଖାନ ସମଜୁଟା ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଆସିଥିଲେ । ପରେ ଭିସା ଯୋଗେ ଗ୍ବାଲିୟର ମଧ୍ୟ ଯାଇଥିଲେ । ହେଲେ ସେଠାରେ ଭିସାର ବୈଧତା ଶେଷ ହୋଇଯାଇଥିଲା । ପରେ ସେଠାରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ଗ୍ବାଲିୟର ସେଣ୍ଟ୍ରାଲ ଜେଲରେ ସେ ୧୬ ବର୍ଷ ସଜା କାଟିଥିଲେ । ସେହିପରି ନାବାଳକ ଭାଗଚାନ୍ଦ ମଧ୍ୟ ଅଜାଣତରେ ରାଜସ୍ଥାନ ଦେଇ ଭାରତର ସୀମା ମଧ୍ୟକୁ ପଶି ଆସିଥିଲା । ପରେ ସେଠାରୁ ତାଙ୍କୁ ଗିରଫ କରି ପୋଲିସ ୨ ବର୍ଷ ପାଇଁ ଜେଲରେ ରଖିଥିଲା । ଶନିବାର ଉଭୟଙ୍କ ସଜା ଶେଷ ହେବାରୁ ତାଙ୍କୁ ସ୍ବଦେଶକୁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ