ଚଣ୍ଡିଗଡ଼: ପୁଣି ପାକିସ୍ତାନ ପଠାଇଥିବା ଡ୍ରୋନ୍ ଖସାଇଲେ ସୁରକ୍ଷାକର୍ମୀ । ଗୋଟିଏ ଦିନରେ 2ଟି ଡ୍ରୋନକୁ ଜବତ କରିଛନ୍ତି ସୀମା ସୁରକ୍ଷା ବଳ । ପଞ୍ଜାବର ଅମୃତସର ଏବଂ ତର୍ନ ତରନ ଜିଲ୍ଲାରୁ ଏହି ଡ୍ରୋନକୁ ଜବତ କରାଯାଇଛି । ତେବେ ଡ୍ରୋନ 2ଟିକୁ ଉଦ୍ଧାର କରାଯିବା ପରେ ସୀମାରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି ।
ପଞ୍ଜାବର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ବାରମ୍ବାର ପାକିସ୍ତାନ ଦ୍ବାରା ପଠାଯାଉଥିବା ଡ୍ରୋନକୁ ଉଦ୍ଧାର କରାଯାଉଛି । ତେବେ ସଦ୍ୟତମ ମିଳିଥିବା ସୂଚନା ଅନୁସାରେ ପୁଣିଥରେ ପାକିସ୍ତାନରୁ ପଠାଯାଇଥିବା 2ଟି ଡ୍ରୋନକୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସୀମା ସୁରକ୍ଷାକର୍ମୀମାନେ ଉଦ୍ଧାର କରିଛନ୍ତି । ଅଗଷ୍ଟ 6 ତାରିଖ ଦିନ 10ଟା ସମୟରେ ପଞ୍ଜାବର ଅମୃତସର ଏବଂ ତର୍ନ ତରନରୁ ଏହି ଡ୍ରୋନକୁ ଗୁଳିକରି ଖସାଇଛନ୍ତି ଭାରତୀୟ ସୀମା ସୁରକ୍ଷାକର୍ମୀ ।
ସୀମା ସୁରକ୍ଷା ବଳ ଏବଂ ସ୍ଥାନୀୟ ପୋଲିସର ମିଳିତ ଅପରେସନ ବେଳେ ଅମୃତସର ଜିଲ୍ଲା ରତ୍ନ ଖୁର୍ଦ ନିକଟସ୍ଥ ଅଞ୍ଚଳରେ ପାକିସ୍ତାନରୁ ଭାରତ ସୀମା ଭିତରକୁ ପ୍ରବେଶ କରୁଥିବା ଡ୍ରୋନ୍ର ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ଯବାନମାନେ ତୁରନ୍ତ ଡ୍ରୋନ୍ ଉପରକୁ ଗୁଳିମାଡ଼ କରିଥିଲେ ଫଳରେ ବ୍ୟାଟେରି ସହିତ ଏକ ଡ୍ରୋନ୍କୁ ଏକ କ୍ଷେତରୁ ଉଦ୍ଧାର କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ