ଓଡିଶା

odisha

ETV Bharat / bharat

ଭାରତରେ Omicron ଏଣ୍ଟ୍ରି, କର୍ଣ୍ଣାଟକରୁ ଦୁଇ ପଜିଟିଭ ଚିହ୍ନଟ

ଭାରତରେ ପହଞ୍ଚିଲା ନୂଆ କୋଭିଡ ଭ୍ୟାରିଏଣ୍ଟ omicron । ଦୁଇ ସଂକ୍ରମିତ ଚିହ୍ନଟ । ଉଭୟ କର୍ଣ୍ଣାଟକରୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Omicron ସଂକ୍ରମିତ ଚିହ୍ନଟ
Omicron ସଂକ୍ରମିତ ଚିହ୍ନଟ

By

Published : Dec 2, 2021, 4:50 PM IST

Updated : Dec 2, 2021, 5:22 PM IST

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହେଲେ omicron ଭ୍ୟାରିଏଣ୍ଟର ୨ ସଂକ୍ରମିତ । ଉଭୟ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଉଭୟ କର୍ଣ୍ଣାଟକର ବୋଲି ସୂଚନା କହିଛି । ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ହୋଇଥିବା ବେଳେ ଗୋପନୀତା ବଜାୟ ରଖିବାକୁ ଯାଇ ସେମାନଙ୍କ ପରିଚୟ ସ୍ପଷ୍ଟ କରାଯାଇପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ସଚିବ ଅଗ୍ରଓ୍ବାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଦୁଇ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ତୁରନ୍ତ ସଙ୍ଗରୋଧରେ ରଖି ସେମାନଙ୍କ ନମୂନା ପରୀକ୍ଷା କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଏହି ଘଟଣାରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବରଂ କୋଭିଡ ଗାଇଡଲାଇନ କଡାକଡି ଅନୁପାଳନ କରିବାକୁ ପଡିବ ।

ସେହପରି omicron ବହୁଳ ମାମଲା ଆସିଥିବା ବା ବିପଦପୂର୍ଣ୍ଣ ସୂଚୀରେ ଥିବା ଦେଶରୁ ଭାରତକୁ ଫେରୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ RT-PCR ଟେଷ୍ଟ କରାଯିବା ସହ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ କ୍ବାରେଣ୍ଟାଇନରେ ରଖିବାର ସମସ୍ତ ବ୍ୟବସ୍ଥା କରାଯାଉଥିବା ମଧ୍ୟ କହିଛନ୍ତି ।

ଆଜି (ଗୁରୁବାର) ଦେଶରେ ମୋଟ 9,765 ନୂଆ ସଂକ୍ରମଣ ମାମଲା ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ 99,763 ସକ୍ରୀୟ ମାମଲା ଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ତେବେ ଆଜି ଭାରତରେ ନୂଆ omicron ଭ୍ୟାରିଏଣ୍ଟର ଦୁଇ ମାମଲା ଚିହ୍ନଟ ହେବା ପରେ ଏହା ବିଶ୍ବରେ ୨୯ ଦେଶକୁ ବ୍ୟାପିସାରିଲାଣି ବୋଲି ICMR ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2021, 5:22 PM IST

ABOUT THE AUTHOR

...view details