ଓଡିଶା

odisha

By

Published : Jan 5, 2023, 8:18 PM IST

ETV Bharat / bharat

Kanjhawala Case: ମାମଲାରେ ନୂଆ ଟ୍ୱିଷ୍ଟ, ପୋଲିସ ସ୍କାନରରେ ଆଉ ଦୁଇ ଅଭିଯୁକ୍ତ

ଦିଲ୍ଲୀ କାର ଟ୍ରାଜେଡି ମାମଲାରେ ପୋଲିସ ସ୍କାନରରେ ଆଉ ଦୁଇ ଅଭିଯୁକ୍ତ । ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ କରିବାକୁ କରିଥିଲେ ଉଦ୍ୟମ । ଚିହ୍ନଟ ପରେ ଧରିବାକୁ ପୋଲିସ ଜାରି ରଖିଛି ପ୍ରୟାସ । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ଆଉ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି
ସାମ୍ନାକୁ ଆସିଲା ଆଉ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି

ହାଇଦ୍ରାବାଦ:ଦିଲ୍ଲୀ ସୁଲତାନପୁରୀ କାର ଟ୍ରାଜେଡି ମାମଲାରେ ଆଉ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତିର ସୁରାକ ପାଇଛି ଦିଲ୍ଲୀ ପୋଲିସ (Kanjhawala car tragedy) । ଆଜି ତଦନ୍ତର ଅଗ୍ରଗତି ନେଇ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ଦିଲ୍ଲୀ ପୋଲିସ ସ୍ପେସାଲ କମିଶନର ସାଗରପ୍ରୀତି ହୁଡ୍ଡା କହିଛନ୍ତି, ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଦିପକ ସିଂ ସେଦିନ କାର ଚଳାଉନଥିଲା । ଦୁର୍ଘଟଣା ପରେ ଅନ୍ୟ ଦୁଇଜଣଙ୍କ ପ୍ରାମାଣ ନଷ୍ଟ କରିବା ପାଇଁ ଗିରଫ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ତଦନ୍ତରୁ ଜଣାପଡିଛି । ଉଭୟଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ମିଶନ ଜାରି ରଖିଛି ।

ହୁଡ୍ଡା କହିଛନ୍ତି, ଏହି 5 ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ 2ଜଣଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ସୂଚନା ମିଳିଛି । ଏନେଇ ପୋଲିସ ସାଇନ୍ଟିଫିକ୍ ପ୍ରମାଣ ପାଇବା ପରେ ସେମାନଙ୍କୁ ଚିହ୍ନଟ ମଧ୍ୟ କରିସାରିଛି । ଜଣେ ଅଭିଯୁକ୍ତ ସେହି କାରର ମାଲିକ ଆଶୁତୋଷ ଓ ଅନ୍ୟଜଣେ ଜଣେ ଗିରଫ ଅଭିଯୁକ୍ତର ଭାଇ ଅଙ୍କୁଶ ନାମକ ଯୁବକ । ସେମାନେ ଘଟଣା ପରେ ପ୍ରମାଣ ନଷ୍ଟ କରିବା ସହ ଅଭିଯୁକ୍ତଙ୍କୁ ବଞ୍ଚାଇବାର ପ୍ରୟାସ କରିଥିଲେ । ସେମାନେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି ଅଧିକାରୀ ହୁଡ୍ଡା । ଦୁର୍ଘଟଣା ଘଟାଇବା ପରେ କାରଟି ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲୁଥିବାର ଏକାଧିକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । କିନ୍ତୁ ସମୟ ଅନୁସାରେ ଏହି ଭିଡିଓଗୁଡିକ ଏକ କ୍ରମାନ୍ବୟରେ ମେଳ ଖାଉନି । ଏବେ 5 ଅଭିଯୁକ୍ତଙ୍କୁ ଜେରା ଜାରି ରହିଥିବା ବେଳେ ସେମାନଙ୍କର ତଥ୍ୟରେ ମଧ୍ୟ କିଛି ପାର୍ଥକ୍ୟ ନଜର ଆସୁଛି । ଏପରି ସ୍ଥଳେ ଆବଶ୍ୟକ ହେଲେ ସେମାନଙ୍କର ନାର୍କୋ ଟେଷ୍ଟ କରିବା ପାଇଁ ପୋଲିସ କୋର୍ଟରେ ଆବେଦନ ମଧ୍ୟ କରିପାରେ ।

ନୂଆବର୍ଷ ପୂର୍ବ ରାତିରେ ଏହି ଦୁ୍ର୍ଘଟଣା ଘଟିଥିଲା । ଏଥିରେ ଅଞ୍ଜଳି ନାମ୍ନୀ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ସ୍କୁଟିକୁ ଏକ ବାଲେନୋ କାର ଧକ୍କା ଦେବା ପରେ ପ୍ରାୟ 12 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଯୁବତୀଙ୍କ ମୃତ୍ୟୁ ହେବା ସହ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ଯୌନ ଶୋଷଣ କିମ୍ବା ଯୁବତୀ ମଦ୍ୟପାନ କରିଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଏକାଧିକ ଅଙ୍ଗ ଗଭୀର ଆଘାତ ଲାଗିବା ଓ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଇଛି । ଏବେ ଏହି ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details